ଚେସ୍ ଇତିହାସରେ ସର୍ବକନିଷ୍ଠ ବିଶ୍ୱ ଚାମ୍ପିୟନ ଭାବେ ଇତିହାସ ସୃଷ୍ଟି କଲେ ଭାରତର ଡି. ଗୁକେଶ। ଭାରତୀୟ ତାରକା ଗୁକେଶ ଅନ୍ତିମ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ ଡିଙ୍ଗ ଲିରେନଙ୍କୁ ପରାସ୍ତ କରି ଟାଇଟଲ ଜିତିଛନ୍ତି। ବିଶ୍ୱନାଥନ ଆନନ୍ଦଙ୍କ ପରେ ଗୁକେଶ ଦ୍ୱିତୀୟ ଭାରତୀୟ ଭାବେ ଚେସରେ ବିଶ୍ୱ ଚାମ୍ପିୟନ ହୋଇଛନ୍ତି।
ବିଜୟ ପରେ ସେ କହିଛନ୍ତି, ମୁଁ ଏହି ମ୍ୟାଚ୍ ପୂର୍ବ ରାତିରେ ଶୋଇପାରି ନଥିଲି। ଗେମ୍ ବରାବର ସ୍ଥିତିକୁ ଯାଉଥିଲା। ହେଲେ ଡିଙ୍ଗ ୫୫ ମୁଭ୍ରେ ଭୁଲ୍ କରିଦେଇଥିଲେ। ମୁଁ ଟିକେ ଆବାକ୍ ହୋଇଯାଇଥିଲି। କାରଣ ସେ ପର୍ଯ୍ୟନ୍ତ ବିଜୟ ଆଶା କରି ନଥିଲି। କିନ୍ତୁ ଏହି ସୁଯୋଗ ଦେଖି ଆଗକୁ ବଢ଼ିଥିଲି। ପ୍ରକୃତରେ ଡିଙ୍ଗ ବିଶ୍ବ ବିଜେତା, ଡିଙ୍ଗ୍ ଓ ତାଙ୍କ ଟିମ୍ ନିକଟରେ କ୍ଷମା ମାଗୁଛି।

