ଭାରତୀୟ ଟିମର ୨୫ ମିନିଟ ବରବାଦ୍

ଚାମ୍ପିଅନ୍ସ ଟ୍ରଫିର ଗୁରୁତ୍ବପୂର୍ଣ୍ଣ ମ୍ୟାଚ ଦୁବାଇରେ ଖେଳାଯାଉଛି । ଦୁଇଟି ଯାକ ଟିମ୍ ପାଇଁ ଏକ ଏକ ମିନିଟ ଗୁରୁତ୍ବପୂର୍ଣ୍ଣ । କିନ୍ତୁ ପାକିସ୍ତାନ ବିପକ୍ଷ ମ୍ୟାଚ ଆରମ୍ଭ ପୂର୍ବରୁ ଭାରତୀୟ ଟିମର ୨୫ ମିନିଟ ବରବାଦ୍ ହୋଇଛି । ଭାରତ- ପାକିସ୍ତାନରେ ଖେଳାଯାଉଥିବା ମ୍ୟାଚ ପୂର୍ବରୁ ଟିମ୍ ଇଣ୍ଡିଆ ଦୁବାଇ ଟ୍ରାଫିକରେ ଫସିଥିଲା ।

ଟିମ୍ ଇଣ୍ଡିଆ ଟସ୍ ହେବାର ୧ ଘଣ୍ଟା ପୂର୍ବରୁ ଷ୍ଟାଡିୟମରେ ପହଞ୍ଚିବାର ରହିଥିଲା । ମଇଦାନରେ ଖେଳାଳି ପହଞ୍ଚି ୱାର୍ମଅପ୍ କରି ନିଜକୁ ସଂପୂର୍ଣ୍ଣ ପ୍ରସ୍ତୁତ କରିପାରିବେ । ହୋଟେଲରୁ ସଠିକ ସମୟରେ ବାହାରି ମଧ୍ୟ ଟସର ୩୫ ମିନିଟ ପୂର୍ବରୁ ମଇଦାନରେ ପହଞ୍ଚିଥିଲା । ଟ୍ରାଫିକରେ ଟିମ୍ ଇଣ୍ଡିଆ ୨୫ ମିନିଟ ଫସିଯାଇଥିଲା ।

ଖବର ମୁତାବକ, ଭାରତ-ପାକିସ୍ତାନ ମଧ୍ୟରେ ଦୁବାଇରେ ଚାମ୍ପିଅନ୍ସ ଟ୍ରଫି ମ୍ୟାଚ ଖେଳାଯାଉଛି । ଏହି ମ୍ୟାଚ ଆରମ୍ଭ ପୂର୍ବରୁ ଟିମ୍ ଇଣ୍ଡିଆ ୧ ଘଣ୍ଟା ପୂର୍ବରୁ ମଇଦାନରେ ପହଞ୍ଚିବାର ରହିଥିଲା ।

Post Views7 Total Count

Apply Now


This will close in 0 seconds

error: Content is protected !!