ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ର ସଭାପତି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ପଙ୍କଜ ଲୋଚନ ମହାନ୍ତି

ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ର ସଭାପତି ଭାବେ ପଙ୍କଜ ଲୋଚନ ମହାନ୍ତି ଦାୟିତ୍ବ ଗ୍ରହଣ କରିଛନ୍ତି। ସେ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ କରିଥିବାରୁ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି। ଏହି ଅବସରରେ ସେ କହିଛନ୍ତି, ରାଜ୍ୟ ସରକାରଙ୍କ ସହଯୋଗରେ ବାରବାଟୀ ଷ୍ଟାଡିୟମର ଉନ୍ନତି ପାଇଁ କାର୍ଯ୍ୟ କରାଯିବ। ଦୁଇରୁ ତିନି ବର୍ଷ ମଧ୍ୟରେ ଓସିଏ ଏକାଡେମୀ ଆରମ୍ଭ କରିବା ପାଇଁ ପ୍ରୟାସ ଚାଲିଛି। ୭ରୁ ୮ମାସ ପରେ ପୁଣି ନିର୍ବାଚନ ହେବ। ବାରବାଟୀ ଫ୍ଲଡ୍‌ ଲାଇଟ୍‌ ବିଭ୍ରାଟ ନେଇ ସେ କହିଛନ୍ତି, ସରକାର ମାଗିଥିବା କାରଣ ଦର୍ଶାଅ ନୋଟିସର ଉତ୍ତର ଦିଆଯାଇଛି। ରାଜ୍ୟ ସରକାରଙ୍କ ସହଯୋଗରେ ବାରବାଟୀ ଷ୍ଟାଡିୟମର ଉନ୍ନତି ପାଇଁ କାର୍ଯ୍ୟ କରାଯିବ। ଦୁଇରୁ ତିନି ବର୍ଷ ମଧ୍ୟରେ ଓସିଏ ଏକାଡେମୀ ଆରମ୍ଭ କରିବା ପାଇଁ ପ୍ରୟାସ ଚାଲିଛି। ୭ରୁ ୮ମାସ ପରେ ପୁଣି ନିର୍ବାଚନ ହେବ। ବାରବାଟୀ ଫ୍ଲଡ୍‌ ଲାଇଟ୍‌ ବିଭ୍ରାଟ ନେଇ ସରକାର ମାଗିଥିବା କାରଣ ଦର୍ଶାଅ ନୋଟିସର ଉତ୍ତର ଦିଆଯାଇଛି।

ସୂଚନାଯୋଗ୍ୟ, ୨୦୨୨ ଅକ୍ଟୋବର ୨୮ରେ ଓସିଏ ସଭାପତି ଭାବରେ ପ୍ରଣବ ପ୍ରକାଶ ଦାସ ନିର୍ବାଚିତ ହୋଇଥିଲେ। ପ୍ରାୟ ୨ ବର୍ଷ ଦାୟିତ୍ବ ସମ୍ଭାଳିବା ପରେ ବିଜେଡିର ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ ଇସ୍ତଫା ଦେଇଥିଲେ। ଏହା ପରେ ଓସିଏ ସଭାପତି ପଦବି ଖାଲି ପଡ଼ିଥିଲା। ବବି ଦାସ ଇସ୍ତଫା ଦିନ ଠାରୁ ପଙ୍କଜ ଲୋଚନ ମହାନ୍ତିଙ୍କୁ କାର୍ଯ୍ୟକାରୀ ସଭାପତି ଦାୟିତ୍ବ ମିଳିଥିଲା। ନିୟମ ଅନୁସାରେ ୪୫ ଦିନ ଭିତରେ ନୂଆ ସଭାପତି ନିର୍ବାଚନ ହେବାର ଥିଲା।

Post Views36 Total Count

Apply Now


This will close in 0 seconds

error: Content is protected !!