ଝଳସିବ ବାଲେଶ୍ବର । ଜିଲ୍ଲାର ସାଂସ୍କୃତିକ ତଥା ଐତିହ୍ୟ ସ୍ଥଳଗୁଡ଼ିକର ନବୀକରଣ ତଥା ସୌନ୍ଦର୍ଯ୍ୟ କରଣ ପାଇଁ ଏକ ବ୍ୟାପକ ପ୍ରକଳ୍ପ ଘୋଷଣା କରିଛି।
ଏଥ୍ ପାଇଁ ଚିହ୍ନଟ ହୋଇଥିବା ମନ୍ଦିରଗୁଡ଼ିକ ମଧ୍ୟରେ ଔପଦାସ୍ଥିତ ପଞ୍ଚଲିଙ୍ଗେଶ୍ବର ମନ୍ଦିର (୧୫.୫୮କୋଟି), ରେମୁଣାସ୍ଥିତ କ୍ଷୀରଚୋରା ଗୋପୀନାଥ ମନ୍ଦିର (୩.୭୪ କୋଟି), ଭୋଗରାଇସ୍ଥିତ ଚନ୍ଦନେଶ୍ବର ମନ୍ଦିର (୩.୧୨ କୋଟି), ନୀଳଗିରିସ୍ଥିତ ଜଗନ୍ନାଥ ମନ୍ଦିର (୧ କୋଟି),
ଭୋଗରାଇସ୍ଥିତ ଭୂଷଣ୍ଡେଶ୍ବର ମନ୍ଦିର (୩ କୋଟି), ଭୋଗରାଇ ଗ୍ରାମ ପଞ୍ଚାୟତସ୍ଥିତ ମା ବାଶୁଳି ମନ୍ଦିର (୧ କୋଟି), ବାଲେଶ୍ଵରସ୍ଥିତ ଝାଡ଼େଶ୍ଵର ମନ୍ଦିର (୧ କୋଟି), ଭୋଗରାଇର ଉଦୟପୁର ବେଳାଭୂମି ସ୍ଥିତ ଗଙ୍ଗା ମା ମନ୍ଦିର (୧ କୋଟି) ଏବଂ ଭୋଗରାଇର କମର୍ଦା ଗ୍ରାମ ପଞ୍ଚାୟତସ୍ଥିତ ଜଗନ୍ନାଥ ମନ୍ଦିର (୦.୫ କୋଟି) ସ୍ଥାନ ପାଇଛନ୍ତି ।
ଆବଣ୍ଟିତ ପାଣ୍ଠି ଜିଲ୍ଲାର ସାଂସ୍କୃତିକ ଐତିହ୍ୟ ବଜାୟ ରଖୁବା ଏବଂ ପରିଦର୍ଶକ ଏବଂ ଭକ୍ତମାନଙ୍କୁ ଏକ ସମୃଦ୍ଧ ଅଭିଜ୍ଞତା ପ୍ରଦାନ କରିବା ପାଇଁ ପୂର୍ତ୍ତ ବିଭାଗର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିବ | ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ଏବଂ ପରବର୍ତ୍ତୀ ଟେଣ୍ଡର ପ୍ରକ୍ରିୟା ପ୍ରସ୍ତୁତ ପାଇଁ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ମୁଖ୍ୟ ଯନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି।

