ଦିଲ୍ଳୀର ୩ଟି ସ୍କୁଲ୍‌କୁ ବୋମା ଧମକ

ସପ୍ତାହ ମଧ୍ୟରେ ଦ୍ବିତୀୟ ଥର। ଦିଲ୍ଳୀର ଅତି କମ୍‌ରେ ୩ଟି ସ୍କୁଲ୍‌କୁ ବୋମା ଧମକ ମିଳିଛି। ଶୁକ୍ରବାର ଦିନ ଏକ ଇମେଲ ମାଧ୍ୟମରେ ବୋମା ଧମକ ମିଳିବା ପରେ ପୁଲିସ୍‌ ଏହାକୁ ନେଇ ତଦନ୍ତ ଆରମ୍ଭ କରିଛି। ତେବେ ଯିଏ ମେଲ୍‌ ପଠାଇଛି ‌ସେ ସେଥିଲେ ଉଲ୍ଲେଖ କରିଛି ଯେ ଆମର ଦାବି ଜାଣିବା ପାଇଁ ଇ‌-ମେଲ୍‌ର ରିପ୍ଲାଏ କର।

ଧମକ ମିଳିଥିବର ବିଦ୍ୟାଳୟଗୁଡ଼ିକରେ କୈଳାସ ପୂର୍ବର ଦିଲ୍ଲୀ ପବ୍ଲିକ୍ ସ୍କୁଲ୍, ମୟୂର ବିହାରର ସାଲୱାନ୍ ପବ୍ଲିକ୍ ସ୍କୁଲ୍ ଏବଂ ଶ୍ରୀନିବାସ ପୁରୀର କେମ୍ବ୍ରିଜ୍ ସ୍କୁଲ୍ ଅନ୍ତର୍ଭୁକ୍ତ। ଇ-ମେଲ ଜରିଆରେ ସକାଳ ୪.୩୦ ସମୟରେ ଏହି ବୋମା ଧମକ ମିଳିଥିଲା। ଏହା ପରେ ଅଗ୍ନିଶମ ବିଭାଗ, ପୁଲିସ ଏବଂ ବୋମା ଚିହ୍ନଟକାରୀ ଦଳ କୁକୁର ସ୍କ୍ବଡ୍‌ ସହିତ ବିଦ୍ୟାଳୟରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲେ।

ବିଦ୍ୟାଳୟ କର୍ତ୍ତୃପକ୍ଷ ଅଭିଭାବକମାନଙ୍କୁ ସେମାନଙ୍କ ପିଲାମାନଙ୍କୁ କ୍ଲାସ ପାଇଁ ନ ପଠାଇବାକୁ ବାର୍ତ୍ତା ପଠାଇଛନ୍ତି। ଏହି ଖବର ଲେଖିବା ସମୟରେ ବିଦ୍ୟାଳୟ ପରିସରରୁ କୌଣସି ସନ୍ଦେହଜନକ ଜିନିଷ ଉଦ୍ଧାର କରାଯାଇନାହିଁ।”ଏହି ଇମେଲ ଆପଣଙ୍କୁ ଜଣାଇବା ପାଇଁ ଯେ ଆପଣଙ୍କ ସ୍କୁଲ ପରିସରରେ ଅନେକ ବିସ୍ଫୋରକ ସାମଗ୍ରୀ ଅଛି ଏବଂ ମୁଁ ନିଶ୍ଚିତ ଯେ ଆପଣ ସମସ୍ତେ ବିଦ୍ୟାଳୟ ପରିସରରେ ପ୍ରବେଶ କରିବା ସମୟରେ ଆପଣ ସମସ୍ତେ ଆପଣଙ୍କ ଛାତ୍ର ବ୍ୟାଗ ଯାଞ୍ଚ କରନ୍ତି ନାହିଁ। ଏକ ଗୁପ୍ତ ଡାର୍କ ୱେବ୍ ଗୋଷ୍ଠୀ ଏହି କାର୍ଯ୍ୟକଳାପରେ ଜଡିତ। କୋଠାଗୁଡ଼ିକୁ ନଷ୍ଟ କରିବା ଏବଂ ଲୋକଙ୍କୁ କ୍ଷତି ପହଞ୍ଚାଇବା ପାଇଁ ତାହା ଯଥେଷ୍ଟ ଶକ୍ତିଶାଳୀ। ଆଜିଠାରୁ ୧୪ ଡିସେମ୍ବର ମଧ୍ୟରେ ଏହି ବିସ୍ପୋରଣ ଘଟିବ। ଆମର ଦାବି ଜାଣିବା ପାଇଁ ରିପ୍ଲାଏ କର’’ ବୋଲି ମିଳିଥିବା ଇ-ମେଲ୍‌ରେ ଲେଖାଯାଇଛି।

Post Views6 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!