ପୁଷ୍ପା-୨ ପ୍ରିମିୟରରେ ବଡ଼ ଦଳାଚକଟା

ରିଲିଜ ହୋଇଛି ‘ପୁଷ୍ପା ୨’ ପ୍ରିମିୟର। ତେବେ ହାଇଦ୍ରାବାଦରେ ରିଲିଜ୍ ହେବା ପୂର୍ବରୁ ସେଠାରେ ବଡ଼ ଅଘଟଣ ଘଟିଯାଇଛି। ହଠାତ୍ ଭିଡ ହୋଇ ଦଳାଚକଟା ହେବାରୁ ଜଣଙ୍କର ମୃତ୍ୟୁ ହୋଇଛି।

ଆଲ୍ଲୁ ଅର୍ଜୁନ ଏବଂ ତାଙ୍କ ଫିଲ୍ମ ‘ପୁଷ୍ପା ୨’ କୁ ନେଇ ଲୋକଙ୍କ ମଧ୍ୟରେ ବହୁତ ଉତ୍ସାହ ଥିଲା। ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିବା ପାଇଁ ଯେତେବେଳେ ସୁପରଷ୍ଟାର ଆଲ୍ଲୁ ପ୍ରିମିୟରରେ ପହଞ୍ଚିଲେ, ସେଠାରେ ପ୍ରବଳ ଭିଡ ହୋଇଯାଇଥିଲା। ଏହି ସମୟରେ ଦଳାଚକଟା ହୋଇଯାଇଥିଲା।

ଆଉ ଅନେକ ଲୋକ ଆହତ ହୋଇଥିବା ଜଣାପଡିଛି। ଯେଉଁଥିରେ ଏକ ଶିଶୁ ମଧ୍ୟ ଗୁରୁତର ଆହତ ହେବା ସହ ମହିଳାଙ୍କ ମୃତ୍ୟୁ ହୋଇଛି। ମହିଳାଜଣକ ପୁଅ ସହ ତଳେ ପଡ଼ି ଯାଇଥିଲେ। ଏହାପରେ ସେ ଗୁରୁତରବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଯେଉଁଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

Post Views36 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!