ଆଉ ନାହାନ୍ତି ସକୁନି ମାମୁ।ମହାଭାରତରେ ସକୁନି ଭୂମିକାରେ ଅଭିନୟ କରିଥିବା ଗୁଫି ପେଣ୍ଟାଲଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା । ଅସୁସ୍ଥତା କାରଣରୁ ସେ ଦୀର୍ଘ ଦିନ ଧରି ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ଗୁଫି ପେଣ୍ଟାଲଙ୍କ ଜନ୍ମ ୪ ଅକ୍ଟୋବର ୧୯୪୪ରେ ହୋଇଥିଲା ।ମହାଭାରତ ସମେତ ସେ ଟିଭି ଶୋ’ ‘ଆକବର ବିରବଲ’, ‘ସିଆଇଡି’, ’ରାଧା କ୍ରୀଷ୍ଣା’ ଇତ୍ୟାଦି ସିରିଏଲରେ ନଜର ଆସିଥିଲେ ।

