ବଲିଉଡ୍ ଭାଇଜାନ୍ ସଲମାନ ଖାନ୍ । ସେ ଯେତିକି ଚର୍ଚ୍ଚିତ ତାଙ୍କ ସହ ଯୋଡି ହୋଇଥିବା ପ୍ରତ୍ୟକ ବ୍ୟକ୍ତି ମଧ୍ୟ ସେତିକି ଫେମସ୍ । ଏହି ବ୍ୟକ୍ତିମାନେ ଅନେକ ସମୟରେ ଆସିଥାନ୍ତି ଚର୍ଚ୍ଚାକୁ । ସେମାନଙ୍କ ମଧ୍ୟରୁ ଅଲଗା ହେଉଛନ୍ତି ଭାଇଜାନଙ୍କ ମ୍ୟାନେଜର । ସେ ବି କୌଣସି ସେଲିବ୍ରେଟିଙ୍କ ଠାରୁ କମ ନୁହଁନ୍ତି । ଜାଣନ୍ତି କି ତାଙ୍କ ବିଷୟରେ…
ଏ ହେଉଛନ୍ତି ଜୋର୍ଡି ପଟେଲ । ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଫେମସ୍ ସେଲିବ୍ରିଟି ମ୍ୟାନେଜର । ସେ ଜଣେ ଫିଲ୍ମ ନିର୍ମାତା ହେବା ସହିତ ଇଭେଣ୍ଟ ଅର୍ଗାନାଇଜର ମଧ୍ୟ ଅଟନ୍ତି । ଜୋର୍ଡି ପଟେଲ ଗତ ୨୦ ବର୍ଷ ଧରି ବଲିଉଡ୍ ଇଣ୍ଡଷ୍ଟ୍ରିରେ କାମ କରୁଛନ୍ତି । କିନ୍ତୁ ପ୍ରାୟ ଏକ ଦଶନ୍ଧିରୁ ଅଧିକ ସମୟ ଧରି ସଲମାନଙ୍କ ସହ ଯୋଡି ହୋଇ ରହିଛନ୍ତି । ଜୋର୍ଡି ପଟେଲ ପୂର୍ବରୁ ସୋଧନ ପଟେଲ ଭାବରେ ଜଣାଶୁଣା ।
ଜୋର୍ଡି ୨୦୦୪ରେ ଥ୍ରୀଲର ଫିଲ୍ମ ରକ୍ତ ଏବଂ ୨୦୦୮ରେ କମେଡି ଫିଲ୍ମ EMI – ଲିଆ ହେ ତୋ ଚୁକନା ପଡେଗାର ଏଗଜେକ୍ୟୁଟିଭ୍ ପ୍ରଡ୍ୟୁସର ଭାବେ କାର୍ଯ୍ୟ କରିଛନ୍ତି । କେବଳ ସଲମାନଙ୍କ ସହ ନୁହେଁ, ଖାନ ପରିବାର ସହ ତାଙ୍କର ଭଲ ବଣ୍ଡିଙ୍ଗ୍ ରହିଛି । ଅନେକ ଥର ଅରବାଜ ଖାନ, ସୋହେଲ ଖାନଙ୍କ ବ୍ୟତୀତ ସେ ସଲମାନଙ୍କ ପରିବାରଙ୍କ ସହ ନଜର ଆସିଛନ୍ତି ।
ଜୋର୍ଡି ପଟେଲ JA ଇଭେଣ୍ଟ ମ୍ୟାନେଜମେଣ୍ଡ କମ୍ପାନୀର ମାଲିକ ଅଟନ୍ତି । ଯିଏକି ସଲମାନ ଏବଂ ଅନ୍ୟ ବଲିଉଡ ଷ୍ଟାରଙ୍କ ସହ ଦବଙ୍ଗ ଟୁର୍ର ଆୟୋଜନ କରିଥାଏ । ଏଥିସହିତ ଜୋର୍ଡି ସୋହେଲ ଖାନଙ୍କ ସହ ସେଲିବ୍ରିଟି କ୍ରିକେଟ୍ ଲିଗରେ ଟିମ୍ ମୁମ୍ବାଇ ହିରୋମାନଙ୍କର ସହ-ମାଲିକ ଅଟନ୍ତି।
ସଲମାନ ଖାନଙ୍କ ପରି ଜୋର୍ଡି ମଧ୍ୟ ତାଙ୍କ ଫିଟନେସକୁ ନେଇ ବହୁତ ସିରିୟସ୍ ଅଟନ୍ତି। ସେ ତାଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜର ଫଟୋ-ଭିଡିଓ ଅନେକ ସମୟ ସେୟାର କରିଥାନ୍ତି । ଇନଷ୍ଟାଗ୍ରାମରେ ତାଙ୍କର ୧ ମିଲିୟନ୍ ଫଲୋଅର୍ସ ଅଛନ୍ତି ।

