ଷ୍ଟେଜରେ ନାଚିବା ବେଳେ ଚାଲିଗଲା ଜୀବନ

ଷ୍ଟେଜରେ ନାଚିବା ବେଳେ ଚାଲିଗଲା ଜୀବନ । ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।ମୃତକ ହେଲେ ଛତିଶଗଡ଼ ରାଜନନ୍ଦଗାଁ ଅନ୍ତର୍ଗତ ଡୋଙ୍ଗରଗଡ଼ରେ ଦିଲୀପ ଭିଲାଇ ଷ୍ଟିଲ ପ୍ଲାଣ୍ଟରେ ଜଣେ ଇଞ୍ଜିନିୟର।ଡୋଙ୍ଗରଗଡ଼ରେ ଆୟୋଜିତ ହେଉଥିଲା ବିବାହ ଉତ୍ସବ । ନିଜ ଭାଣିଜୀଙ୍କ ବାହାଘରେ ଯୋଗଦେବା ଯାଇଥିଲେ  ଦିଲୀପ।ବାହାଘର ଉତ୍ସବରେ ସାଂଗସାଥୀଙ୍କ ଗହଣରେ ଷ୍ଟେଜ ଉପରେ ଦିଲୀପ ନାଚୁଥିଲେ । ମାତ୍ର ନାଚୁ ନାଚୁ ହୃଦଘାତ କାରଣରୁ ସେ ତଳେ ପଡିଯାଇଥିଲେ । ତାଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା । ମାତ୍ର ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।ଘଟଣାର ସବୁ ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିଲା।

Post Views1 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!