ଆପଣ ଦେଖୁଥିବା ଫଟୋ ହେଉଛି ଲେକ୍ସି ଆଲଫୋର୍ଡ, ଦୁନିଆର ଏକମାତ୍ର ଯୁବତୀ ଯିଏ କି ବହୁତ କମ ବୟସରେ ସାରା ବିଶ୍ୱ ଭ୍ରମଣ କରିଛନ୍ତି । ଲେକ୍ସି ମାତ୍ର ୨୧ବର୍ଷରେ ୧୯୭ଟି ଦେଶ ବୁଲି ସୃଷ୍ଟି କରିଛନ୍ତି ରେକର୍ଡ । ତାଙ୍କ ନାଁ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ବି ସାମିଲ କରାଯାଇଛି । ଲେସି ଆମେରିକାର କାଲିଫର୍ଣ୍ଣିଆ ସହରର ବାସିନ୍ଦା । ପିଲାଟି ଦିନରୁ ତାଙ୍କର ବୁଲାବୁଲି କରିବାରେ ଥିଲା ପ୍ରବଳ ଆଗ୍ରହ । 2016ରେ ପୁରା ବିଶ୍ୱ ଭ୍ରମଣ ପାଇଁ ମିଶନ ଆରମ୍ଭ କରିଥିଲେ ଲେସି ।18 ବର୍ଷ ବୟସରେ ସେ ପ୍ରାୟ 72 ଟି ଦେଶ ଭ୍ରମଣ କରିଥିଲେ । ଏଥିପାଇଁ ସେ 12ବର୍ଷରୁ ସଞ୍ଚୟ ଆରମ୍ଭ କଲେ । ଲେସି କହିଛନ୍ତି ଯେ ତାଙ୍କ ପିତାମାତା ତାଙ୍କୁ କାମ୍ବୋଡିଆର ଭାସମାନ ଗାଁରୁ ଦୁବାଇର ବୁର୍ଜ ଖଲିଫା ଏବଂ ଆର୍ଜେଣ୍ଟିନା ,ଇଜିପ୍ଟର ପିରାମିଡକୁ ଯାତ୍ରା କରିଥିଲେ। ଏସବୁ ତାଙ୍କ ଉପରେ ଗଭୀର ପ୍ରଭାବ ପକାଇଥିଲା । ତେଣୁ ସେ ଅନ୍ୟ ଦେଶର ଲୋକମାନଙ୍କ ଜୀବନ ବିଷୟରେ ଜାଣିବାକୁ ଇଚ୍ଛା ପ୍ରକାଶ କରିଥିଲେ ।

