1994ର ମିସ ୟୁନିଭର୍ସ ସୁସ୍ମିତା ସେନ ସଲିବ୍ରେଟ କଲେ ତାଙ୍କର 29 ବର୍ଷର ଖୁସିର ମୁହୂର୍ତ୍ତ।ଝିଅ ରେନି ଓ ଆଲିଶାଙ୍କ ସହ ସେ ସେ ମିସ ୟୁନିଭର୍ସ ହେବାର ସ୍ମରଣୀୟ ଦିନକୁ ମନେପକାଇ କେକ କାଟିଛନ୍ତି। ଏହାସହ ୨୯ ବର୍ଷ ପରେ ଆଜି ବି ସେହିଦିନର ବିଜୟ ମୋ ଆଖିରେ ଆନନ୍ଦାଶ୍ରୁ ଆଣିଛି। ଭାରତ ଫିଲିପାଇନ୍ସର ମାନିଲାଠାରେ ପ୍ରଥମ ଥର ପାଇଁ ମିସ୍ ୟୁନିଭର୍ସ ସମ୍ମାନରେ ବିଜୟୀ ହୋଇଥିଲା। ଇତିହାସ ଏହାର ସାକ୍ଷୀ ରହିଛି। ସେହିଦିନକୁ ମୁଁ ଗର୍ବର ସହିତ ମନେ ପକାଇବା ସହିତ ପାଳନ କରୁଛି’ ବୋଲି ସୁସ୍ମିତା ଲେଖିଛନ୍ତି। କିଛି ଫୋଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ସୁସ୍ମିତା।

