ଆଜିଠୁ ବଦଳାଇପାରିବେ ୨୦୦୦ ଟଙ୍କିଆ ନୋଟ୍‌

ଆଜିଠୁ ଆରମ୍ଭ ହେବ ୨ହଜାର ଟଙ୍କିଆ ନୋଟ ବଦଳାଇବା ପ୍ରକ୍ରିୟା ।କେମିତି ୨ହଜାର ଟଙ୍କା ବଦଳାଇବେ, ତାକୁ ନେଇ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ଦେଖା ଦେଇଛି ।ଲୋକଙ୍କ ଦ୍ୱନ୍ଦ୍ୱ ଦୂର କରି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି, ଲୋକେ ସବୁ ବ୍ୟାଙ୍କରେ ୨ ହଜାର ନୋଟ ବଦଳାଇ ପାରିବେ କିମ୍ବା ଜମା କରିପାରିବେ । ଥରକରେ ଜଣେ ୧୦ ଖଣ୍ଡ ୨ହଜାର ଟଙ୍କିଆ ନୋଟ ବଦଳାଇପାରିବ । କିନ୍ତୁ ୫୦ହଜାର ଟଙ୍କାରୁୁ ଅଧିକ ୨ହଜାର ଟଙ୍କିଆ ନୋଟ ବଦଳାଇଲେ ପାନକାର୍ଡ ତଥ୍ୟ ଦେବାକୁ ପଡିବ । ୨ହଜାର ଟଙ୍କିଆ ନୋଟ ପ୍ରତ୍ୟାହାର ଖବର ପରେ ଏବେ ବଜାରରେ ପୁଣି ଦେଖିବାକୁ ମିଳିଛି ଏହି ବଡ ନୋଟ୍ । ଯେଉଁମାନେ ୨ ହଜାର ଟଙ୍କିଆ ନୋଟ୍ ନିଜ ପାଖରେ ରଖିଥିଲେ, ସେମାନେ ସୁନା କିଣୁଥିବା, ପେଟ୍ରୋଲ ଟାଙ୍କିକୁ ଆସି ତେଲ ପକାଉଥିବା ଦେଖିବାକୁ ମିଳିଛି ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!