ଶୁଭେନ୍ଦୁ ହେଲେ ପଶ୍ଚିମବଙ୍ଗର ଅଧିକାରୀ

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଶୁଭେନ୍ଦୁ ଅଧିକାରୀ। କୋଲକାତାର ବିଗ୍ରେଡ ପରେଡ ଗ୍ରାଉଣ୍ଡରେ ଆୟୋଜିତ ଭବ୍ୟ ସମାରୋହରେ ସେ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିଛନ୍ତି। ପ୍ରଥମଥର ପାଇଁ ଏହି ରାଜ୍ୟରେ ବିଜେପି ଶାସନ ଆରମ୍ଭ କରିଛି। ରାଜ୍ୟରେ ଶୁଭେନ୍ଦୁଙ୍କ ସରକାର ଗଢ଼ାଯାଇଛି। ରାଜ୍ୟରେ ସରକାର ମୁଖ୍ୟ ହେବାରେ ‌ଶୁଭେନ୍ଦୁ ହେଉଛନ୍ତି ପ୍ରଥମ ବିଜେପି ନେତା। ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଉପସ୍ଥିତ ଅଛନ୍ତି।

ଶପଥ ଗ୍ରହଣ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଶୁଭେନ୍ଦୁ ଅଧିକାରୀ ଏକ ଖୋଲା ଜିପ୍‌ରେ ଭବ୍ୟ ଶୋଭାଯାତ୍ରାରେ ବିଗ୍ରେଡ ପଡ଼ିଆରେ ପହହଞ୍ଚିଥିଲେ। ଗାଡ଼ରି ଆଗରେ ପଛରେ ହଜାର ହଜାର ବିଜେପି ସମର୍ଥକ ସାମିଲ ଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ଜାରି ରହିଥିଲା। ଶପଥ ସମାରୋହର ମଞ୍ଚକୁ ଭବ୍ୟ ଏବଂ ଦିବ୍ୟ ଭାବେ ପ୍ରସ୍ତୁତ କରାଯାଇଛି। ଏଥିରେ ମା’ କାଳୀଙ୍କ ମନ୍ଦିର ଶୋଭାପାଉଛି। ସେହିପରି ବିଶ୍ବଗୁରୁ ରବୀନ୍ଦ୍ର ନାଥ ‌ଟାଗୋରଙ୍କ ଫଟୋ ଶୋଭା ପାଉଛି। ଶପଥ ଗ୍ରହଣ କରିବା ପୂର୍ବରୁ ରବୀନ୍ଦ୍ରନାଥ ଟାଗୋରଙ୍କ ଫଟୋଚିତ୍ରରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଶୁଭେନ୍ଦୁ ଅଧିକାରୀ ପୁଷ୍ପାଞ୍ଜଳି ଦେଇଥିଲେ।

ସୂଚନାଯୋଗ୍ୟ, ଗତକାଲି କୋଲକାତାର ବିଶ୍ବ ବାଂଲା ସମ୍ମିଳନୀ କେନ୍ଦ୍ରରେ ହୋଇଥିବା ବିଧାୟକ ଦଳ ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁଭେନ୍ଦୁ ଅଧିକାରୀଙ୍କୁ ବିଧାୟକ ଦଳ ନେତା ଘୋଷଣା କରିଥିଲେ। ପ୍ରଥମେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ରାଜ୍ୟ ସଭାପତି ଦିଲୀପ ଘୋଷ ବିଧାୟକ ଦଳ ବୈଠକରେ ଅଧିକାରୀଙ୍କ ନାଁ ପ୍ରସ୍ତାବ ଦେଇଥିଲେ। ଏହାପରେ ବୈଠକ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଥିବା ଶାହ ଶୁଭେନ୍ଦୁଙ୍କୁ ବିଧାୟକ ଦଳ ନେତା ଘୋଷଣା କରିଥିଲେ। ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ସହ-ପର୍ଯ୍ୟବେକ୍ଷକ ଭାବେ ବୈଠକରେ ଉପସ୍ଥିତ ଥିଲେ।

 

 

Post Views14 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!