ଆର୍ଟ ଡାଇରେକ୍ଟର ନୀତିନ ଚନ୍ଦ୍ରଶେଖର ଦେଶାଇଙ୍କ ଆତ୍ମହତ୍ୟା ।ମହାରାଷ୍ଟ୍ର କର୍ଜାତ ସ୍ଥିତ ତାଙ୍କ ଷ୍ଟୁଡିଓରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ତାଙ୍କର ଦେହାନ୍ତରେ ବଲିଉଡ ପୁରା ସ୍ତବ୍ଧ ହୋଇଯାଇଛି । ନେଇ ବଲିଉଡ ଡାଇରେକ୍ଟର ବିବେକ ଅଗ୍ନିହୋତ୍ରୀ ଟୁଇଟ କରି ଗଭୀର ଶୋକ ପ୍ରକାଶ କରିଛନ୍ତି । ନୀତିନ ୧୯୮୯ରେ ବଲିଉଡରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ପରିନ୍ଦା ଫିଲ୍ମରେ ଆର୍ଟ ଡାଇରେକ୍ଟର ଭାବେ କାମ ଆରମ୍ଭ କରିଥିଲେ । ଏହା ବ୍ୟତୀତ ଅନେକ ସୁପରହିଟ୍ ଫିଲ୍ମ ପାଇଁ ସେ ସେଟ୍ ଡିଜାଇନ ମଧ୍ୟ କରିଛନ୍ତି । ପ୍ୟାର ତୋ ହୋନା ହି ଥା, ହମ ଦିଲ୍ ଦେ ଚୁକେ ସନମ, ମିଶନ କାଶ୍ମୀର, ରାଜୁ ଚାଚା, ଦେବଦାସ, ଲଗାନ, ବାଜିରାଓ ମସ୍ତାନୀ ଭଲି ସୁପରହିଟ୍ ଫିଲ୍ମରେ ଆର୍ଟ ଡାଇରେକ୍ଟର ଭାବେ କାମ କରିଥିଲେ ନୀତିନ ।

