ପୁଣି ଶ୍ରୀମନ୍ଦିରରୁ ଧରାହେଲା ହିଡେନ୍‍ କ୍ୟାମେରା ଯୁକ୍ତ ଚଷମା

ପୁଣି ଶ୍ରୀମନ୍ଦିରରୁ ଧରା ହୋଇଛି ହିଡେନ୍‍ କ୍ୟାମେରା ଯୁକ୍ତ ଚଷମା । ମଙ୍ଗଳବାର ସକାଳୁ ପଶ୍ଚିମ ଦ୍ୱାର ନିକଟରୁ ଧରାପଡିଛି ହିଡେନ୍‍ କ୍ୟାମେରା । ଚଷମାରେ ହିଡେନ୍‍ କ୍ୟାମେରା ଲଗାଇ ପ୍ରବେଶ କରିଥିଲେ ପଶ୍ଚିମବଙ୍ଗର ଜଣେ ଯୁବକ । ସଂପୃକ୍ତ ଯୁବକଙ୍କୁ ସିଂହଦ୍ୱାର ଥାନା ପୁଲିସ ଅଟକାଇ ମୋବାଇଲ ଜବତ କରି ଯାଞ୍ଚ କରୁଛି । ଗତକାଲି ଗୁଜୁରାଟର ଜଣେ ବ୍ୟକ୍ତି ମଧ୍ୟ ଅନୁରୂପ କାର୍ଯ୍ୟ ପାଇଁ ଧରାପଡିଥିଲେ ।

Post Views3 Total Count

Apply Now


This will close in 0 seconds

error: Content is protected !!