ଲୋକସେବା ଭବନରେ ଅଗ୍ନିକାଣ୍ଡ

ଲୋକସେବା ଭବନରେ ସମବାୟ ବିଭାଗ ଉପରସ୍ଥ ପରିସରରେ ଅଗ୍ନିକାଣ୍ଡ ଘଟି ବହୁ ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରାଂଶ ପୋଡ଼ି ନଷ୍ଟ ହୋଇଯାଇଛି। ଖବର ପାଇ ଅଗ୍ନିଶମ ବାହିନୀର ୨ଟି ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି।

ବିଦ୍ୟୁତ୍‌ ଶଟ୍‌ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଥିଲେ ହେଁ ପ୍ରକୃତ କାରଣ ଜଣାପଡିନାହିଁ। ତେବେ ଅପରାହ୍ନରେ ଏହି ଘଟଣା ପରେ ବିଭାଗ ଓ ଏହାର ଆଖପାଖ ବିଭାଗରେ କର୍ମଚାରୀମାନେ ଇତସ୍ତତଃ ହୋଇ ଦୌଡ଼ୁଥିବା ଦେଖିବାକୁ ମିଳିଥିଲା। ପରେ ଅଗ୍ନିଶମ ବାହିନୀ ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ କରିବାରୁ କାର୍ଯ୍ୟାଳୟରେ ଅଧିକାରୀ ଓ କର୍ମଚାରୀମାନେ ଏଣେତେଣେ ବୁଲୁଥିବା ଦେଖାଯାଇଛି।

ସୂଚନା ଯୋଗ୍ୟ, ପ୍ରତିବର୍ଷ ସଚିବାଳୟରେ ଏହିଭଳି ଅଗ୍ନିକାଣ୍ଡ ଘଟୁଛି। ପୂର୍ବରୁ ରାଜସ୍ବ ବିଭାଗରେ ଏଭଳି ଏକ ଅଘଟଣ ଘଟି ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡି ପାଉଁଶ ହୋଇଯାଇଥିଲା। ୨୦୨୩ ଅକ୍ଟୋବର ୩ ତାରିଖ ସକାଳେ ହଠାତ ରାଜସ୍ବ ବିଭାଗର ରାଜସ୍ବମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଏବଂ ଏହାର ପାଖ କାର୍ଯ୍ୟାଳୟରେ ନିଆଁ ଲାଗି ଯାଇଥିଲା।

Post Views20 Total Count

Apply Now


This will close in 0 seconds

error: Content is protected !!