ଶ୍ରେଷ୍ଠ ମାନବ ସମ୍ବଳ ପ୍ରଭାବକ ଭାବେ ପୁରସ୍କୃତ ହେଲେ ଓଡ଼ିଆ ମାଟିର ପୁଅ ଆଶୁତୋଷ ରଥ

ନାଲକୋର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ମାନବ ସମ୍ବଳ ବିକାଶ ଏବଂ ପ୍ରଶାସନ) ଶ୍ରୀ ଆଶୁତୋଷ ରଥ ଶ୍ରେଷ୍ଠ ମାନବ ସମ୍ବଳ ପ୍ରଭାବକ ଭାବେ ପୁରସ୍କୃତ ହୋଇଛନ୍ତି । ୧୮ ଫେବୃଆରୀ ୨୦୨୫ରେ ମୁମ୍ବାଇରେ ଅନୁଷ୍ଠିତ “ବିଶ୍ୱ ମାନବ ସମ୍ବଳ ବିକାଶ କଂଗ୍ରେସରେ” “ଶ୍ରେଷ୍ଠ ମାନବ ସମ୍ବଳ ପ୍ରଭାବକ” ପୁରସ୍କାର ଗ୍ରହଣ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ଶ୍ରୀଯୁକ୍ତ ରଥ । ମାନବ ସମ୍ଭଳ ପରିଚାଳନା ତଥା ପ୍ରଗତିଶୀଳ ରୁପାନ୍ତରଣ ଦିଗରେ ଉଲ୍ଲେଖନୀୟ ପଦକ୍ଷେପ ପାଇଁ ତାଙ୍କୁ ଏହି ସ୍ୱତନ୍ତ୍ର ସମ୍ମାନରେ ସମ୍ମାନିତ କରାଯାଇଅଛି।

ସୂଚନା ଥାଉକି ,ବିଶ୍ୱର ବିଭିନ୍ନ ଦେଶରେ ମାନବ ସମ୍ବଳ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଏବଂ ଅଭିନବ ପରିବର୍ତ୍ତନ ଆଣିବା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ ।

Post Views9 Total Count

Apply Now


This will close in 0 seconds

error: Content is protected !!