କିଏ ଏହି ବାଳକ? କାହିଁକି ହେଉଛନ୍ତି ଭାଇରାଲ

ଗୋରଖପୁର ସାସଂଦ ଏବଂ ଅଭିନେତା ରବି କିଶନଙ୍କ ସଂସଦୀୟ ଭାଷଣକୁ କପି କରି ମଞ୍ଚରେ ପରିବେଷଣ କରି ଜଣେ ଛାତ୍ର ଏବେ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ଅଛନ୍ତି । ଛାତ୍ରଙ୍କ ନାମ ଯୁବରାଜ ଚୌଧୁରୀ ।

ସେ ଜୟପୁରରେ ଆୟୋଜିତ ନ୍ୟାସ୍‌ନାଲ ୟୁଥ ପାର୍ଲାମେଣ୍ଟ- ୨୦୨୬ରେ ରବି କିଶନଙ୍କ କଥା କହିବା ଶୈଳୀ, ହାବଭାବ, ସ୍ୱରକୁ ଅବିକଳ ଭାବେ ଉପସ୍ଥାପନ କରିଥିଲେ । ଏହାର ଭିଡିଓ ଭାଇରାଲ୍ ହେବା ପରେ ନିଜେ ରବି କିଶନ ତାଙ୍କୁ ପ୍ରଶଂସା କରିଛନ୍ତି ।

ରବି କିଶନ ନିଜର ଏକ୍ସ ଆକାଉଣ୍ଟରେ ଭିଡିଓ ସେୟାର କରି ଯୁବରାଜଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ ଲେଖିଛନ୍ତି ଯୁବରାଜ ଯେଉଁ ଆତ୍ମବିଶ୍ୱାସ, ଗମ୍ଭୀରତା ଓ ପ୍ରଭାବଶାଳୀ ଶୈଳୀରେ ତାଙ୍କ ସଂସଦୀୟ ବ୍ୟକ୍ତିତ୍ୱକୁ ଉପସ୍ଥାପନ କରିଛନ୍ତି, ତାହା ଖୁବ ପ୍ରଶଂସନୀୟ । ଦେଶର ଯୁବପିଢ଼ି ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ସଂସଦୀୟ ପରମ୍ପରା ପ୍ରତି ଆଗ୍ରହ ଦେଖାଉଥିବା ଦେଖି ସେ ଖୁସି ପ୍ରକାଶ କରିଛନ୍ତି ।

Post Views32 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!