ତାଣ୍ଡବ ରଚୁଛି ତିସ୍ତା । ଏ ପର୍ଯ୍ୟନ୍ତ ୧୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେବି ୧୦୪ରୁ ଅଧିକ ଜଣ ନିଖୋଜ ଅଛନ୍ତି । ବିଭିନ୍ନ ସ୍ଥଆନରେ ଫସିରହିଛନ୍ତି ୩ ହଜାରରୁ ଅଧିକ ପର୍ଯ୍ୟଟକ। ପ୍ରାୟ ୨୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଉତ୍ତର ସିକ୍କିମର ଲୋନାକ ହ୍ରଦର ଉପରିଭାଗରେ ମଙ୍ଗଳବାର ରାତିରେ ହୋଇଥିଲା ବାଦଲ ଫଟା ବର୍ଷା । ଚୁଙ୍ଗଥାଙ୍ଗ ଡ୍ୟାମ ବିପଦସଙ୍କେତ ଡେଇଁବା ପରେ ତିସ୍ତା ନଦୀରେ ହଠାତ ବଢିଆସିଥିବା ବନ୍ୟାପାଣି । ଏପରିକି ତଳିଆ ଅଞ୍ଚଳରେ ନଦୀର ଜଳସ୍ତର ଅଚାନକ ୧୫ରୁ ୨୦ ଫୁଟ ବଢିଯାଇଥିଲା । ତିସ୍ତା ନଦୀ ଉପରେ ଥିବା ସିଙ୍ଗଥାମ ଫୁଟ ବ୍ରିଜ ଭାସି ଯାଇଛି ।
Related Posts
ଆତଙ୍କବାଦୀଙ୍କ ସହ କିରାଣୀଙ୍କ ଲିଙ୍କ
ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ୩ ଆଇଏସଆଇଏସ ଆତଙ୍କବାଦୀଙ୍କୁ ରେଲୱେ ବିଭାଗର ଜଣେ କିରାଣୀ ଆର୍ଥିକ ସହାୟତା କରୁଥିଲେ ।…
ମାଲେଗାଓଁ ବିସ୍ଫୋରଣ ମାମଲା : ପ୍ରମାଣ ଅଭାବରୁ ସାଧ୍ଵୀ ପ୍ରଜ୍ଞାଙ୍କ ସମେତ ୭ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ
ମାଲେଗାଓଁ ବିସ୍ଫୋରଣ ମାମଲା। ପ୍ରମାଣ ଅଭାବରୁ ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ। ସ୍ଵତନ୍ତ୍ର ଏନଆଇଏ କୋର୍ଟଙ୍କ ନିଷ୍ପତ୍ତି। ଏହି ମାମଲାରେ…
ପୁଣି ଇସ୍କନ୍ର ଅଦିନିଆ ରଥଯାତ୍ରା: ପୂର୍ବରୁ ଚିଠି ଲେଖି ବାରଣ କରିଥିଲେ ଗଜପତି
ଅ-ତିଥିରେ ମହାପ୍ରଭୁଙ୍କ ରଥଯାତ୍ରା କରି ପୁଣି ବିବାଦୀୟ ସ୍ଥିତି ସୃଷ୍ଟି କରିଛି ଇସ୍କନ୍। ଅକ୍ଟୋବର ୭ ତାରିଖରେ ଋଷିକେଶର ମଧୁବନ…

