ମୁମ୍ବାଇ: ବଲିଉଡ୍ ଅଭିନେତା ଟାଇଗର ଶ୍ରଫ୍ଙ୍କୁ ଟାର୍ଗେଟ କରି ହୋଇଥିବା ଗୁଳିକାଣ୍ଡ ମାମଲାରେ ମୁମ୍ବାଇ ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ପୁଲିସ ଏହି ଆକ୍ରମଣରେ ବ୍ୟବହୃତ ହଳଦିଆ ରଙ୍ଗର ପଲସର ବାଇକ୍କୁ ଅନ୍ଧେରୀ ଓ୍ବେଷ୍ଟ୍ ରେଳଷ୍ଟେସନ ନିକଟରୁ ଜବତ କରିଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଦୁର୍ବୃତ୍ତମାନେ ଗୁଳିକାଣ୍ଡ ଘଟାଇବା ପରେ ଏହି ବାଇକ୍ଟିକୁ ଅନ୍ଧେରୀରେ ଛାଡ଼ି ଫେରାର ହୋଇଯାଇଥିଲେ। ଜବତ ହେବା ପରେ ବାଇକ୍ଟିକୁ ରାତିରେ ଡି.ଏନ୍. ନଗର ପୁଲିସ ଷ୍ଟେସନକୁ ଅଣାଯାଇଥିଲା।
ଏହାପରେ ପୁଲିସ ଏହାର ମାଲିକଙ୍କୁ ଥାନାକୁ ଆଣି ପଚରାଉଚରା କରିଛି।୩ ଥର ହୋଇଥିଲା ବାଇକ୍ର କିଣାବିକାପ୍ରାଥମିକ ପଚରାଉଚରାରୁ ଜଣାପଡ଼ିଛି ଯେ, ଏହି ବାଇକ୍ଟି ପୂର୍ବରୁ ତିନିଥର ବିକ୍ରି ହୋଇସାରିଛି:ବାଇକ୍ର ପ୍ରଥମ ମାଲିକ ଜୋଗେଶ୍ୱରୀ ଅଞ୍ଚଳର ବାସିନ୍ଦା।ସେ ଏହାକୁ ଅନ୍ୟ ଜଣଙ୍କୁ ବିକ୍ରି କରିଥିଲେ ଏବଂ ସେହି ଦ୍ୱିତୀୟ ବ୍ୟକ୍ତି ଜଣକ ଏହାକୁ ତୃତୀୟ ବ୍ୟକ୍ତିଙ୍କୁ ହସ୍ତାନ୍ତର କରିଥିଲେ।ତୃତୀୟ ମାଲିକ ଜଣକ ପିତୃପକ୍ଷ ଆରମ୍ଭ ହେବା ପୂର୍ବରୁ ଏହି ବାଇକ୍ଟିକୁ ଗୁଳିକାଣ୍ଡ ଘଟାଇଥିବା ଅପରାଧୀ (ସୁଟର୍ସ)ମାନଙ୍କୁ ବିକ୍ରି କରିଥିଲେ।
ବିଶେଷ କଥା ହେଲା, ବାଇକ୍ଟିର କାଗଜପତ୍ର ବା ମାଲିକାନା ଅଧିକାର ଆଇନଗତ ଭାବେ ନୂଆ ମାଲିକଙ୍କ ନାମକୁ ଟ୍ରାନ୍ସଫର କରାଯାଇ ନଥିଲା।ପ୍ରାଥମିକ ପଚରାଉଚରା ପରେ ପୁଲିସ ବାଇକ୍ ମାଲିକଙ୍କୁ ଛାଡ଼ିଦେଇଥିବା ବେଳେ ବର୍ତ୍ତମାନ ମୁଖ୍ୟ ଅପରାଧୀମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଜୋରଦାର ତଦନ୍ତ ଜାରି ରଖିଛି। ସିସିଟିଭି ଏବଂ ଅନ୍ୟାନ୍ୟ ପ୍ରମାଣକୁ ଆଧାର କରି ପୁଲିସ ଟିମ୍ ଆସାମୀମାନଙ୍କର ପଥ ଅନୁସନ୍ଧାନ କରୁଛି।

