ଛାତ୍ର ସଂସଦ ନିର୍ବାଚନକୁ ନେଇ ପୂର୍ବତନ ବିଜେଡି ସରକାରକୁ ଟାର୍ଗେଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୨୦୧୭ ମସିହାରୁ ଦୀର୍ଘ ସମୟ ଧରି ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିବାକୁ ନେଇ ସେ ପୂର୍ବ ସରକାରଙ୍କୁ ସମାଲୋଚନା କରିଛନ୍ତି। ଛାତ୍ର ସମାଜ ଉପରେ ଆସ୍ଥା ନଥିବାରୁ ତତ୍କାଳୀନ ସରକାର ନିର୍ବାଚନ ବନ୍ଦ ରଖିଥିଲେ ବୋଲି ମୋହନ ମାଝୀ ଅଭିଯୋଗ କରିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଛାତ୍ର ଆନ୍ଦୋଳନରୁ ରାଜନୀତି ଆରମ୍ଭ କରିଥିବା ତତ୍କାଳୀନ ଶାସକ ଦଳର ନେତା ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ମଧ୍ୟ ନିର୍ବାଚନ ବନ୍ଦ ରଖିବା ନିଷ୍ପତ୍ତି ବିରୋଧରେ ସ୍ୱର ଉଠାଇନଥିଲେ। ଏପରିକି ଛାତ୍ର ସଂସଦ ନିର୍ବାଚନ କରାଇବାକୁ ସରକାର ସଂକଳ୍ପ ନେବା ସମୟରେ ଦେଶର ପରିସ୍ଥିତି ଅନୁକୂଳ ନଥିବା ଏବଂ ଜେନ୍-ଜି ଅସନ୍ତୁଷ୍ଟ ଥିବା ଭଳି ଯୁକ୍ତି ଦେଇ ନିର୍ବାଚନ ଟାଳିବାକୁ ଚାପ ପକାଯାଇଥିଲା ବୋଲି ସେ କହିଛନ୍ତି ।

