୧୪ ବର୍ଷରେ ନବୀକରଣ ହୋଇଛି ୫୫ ହଜାର ୨୦୦ କିମି ରେଳ ଟ୍ରାକ୍‌

୨୦୧୪ରୁ ୨୦୨୬ ମଧ୍ୟରେ ବାଲେଶ୍ୱର ଜିଲ୍ଲାରେ ମୋଟ୍‌ ୨୦୦ କିଲୋମିଟର ରେଳ ଟ୍ରାକର ନବୀକରଣ କରାଯାଇଛି ବୋଲି କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରେଳ ଟ୍ରାକର ଉନ୍ନତିକରଣ ଏବଂ ନବୀକରଣ ଏକ ନିରନ୍ତର ତଥା ପ୍ରଚଳିତ ପ୍ରକ୍ରିୟା। ଅବଧି, ଟ୍ରେନ୍‌ ଚଳାଚଳ ସଂଖ୍ୟା ଏବଂ ରେଳ ଧାରଣାର ସ୍ଥିତିକୁ ଦେଖି ଏହାର ରକ୍ଷଣାବେକ୍ଷଣ କରାଯାଇଥାଏ। 
୨୦୧୪ରୁ ୨୦୨୬ ମଧ୍ୟରେ ସାରା ଦେଶରେ ୫୫ ହଜାର ୨୦୦ କିଲୋମିଟର ରେଳ ଟ୍ରାକ୍‌ ନବୀକରଣ କାମ ହୋଇଛି। ଆଧୁନିକ ପ୍ରଯୁକ୍ତିବିଦ୍ୟା, ସୁରକ୍ଷା ଏବଂ ଅନ୍ୟାନ୍ୟ ଧାର୍ଯ୍ୟ ମାନଦଣ୍ଡକୁ ପାଳନ କରାଯାଇ ରେଳ ଧାରଣାର ରକ୍ଷଣାବେକ୍ଷଣ କରାଯାଇଥାଏ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
କେନ୍ଦ୍ର ରେଳମନ୍ତ୍ରୀ ଆହୁରି ସୂଚନା ଦେଇଛନ୍ତି, ରେଳ ଟ୍ରାକ ନିୟମିତ ରକ୍ଷଣାବେକ୍ଷଣ ଏବଂ ନବୀକରଣ ଫଳରେ ୨୦୧୪ ତୁଳନାରେ ୨୦୨୬ରେ ଟ୍ରେନର ହାରାହାରୀ ବେଗ ବୃଦ୍ଧି ପାଇଛି। ୨୦୨୨ରେ ଖଡ଼ଗପୁର-ଭଦ୍ରକ ରେଳ ମାର୍ଗରେ ଘଣ୍ଟା ପ୍ରତି ହାରାହାରୀ ବେଗ ୧୩୦ କିଲୋମିଟରରେ ପହଞ୍ଚିଥିଲା। ବାଲେଶ୍ୱର ସେକ୍ସନ ଏହି ରେଳ ମାର୍ଗ ଅଧୀନରେ ଆସୁଛି। ରେଳ ଟ୍ରାକର ନବୀକରଣ ଏବଂ ଉନ୍ନତିକରଣରେ ୨୦୧୩-୧୪ରେ ୪୯୭୯ କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ୨୦୨୫-୨୬ରେ ଏହା ପ୍ରାୟ ୫.୩ ଗୁଣ ବୃଦ୍ଧି ପାଇ ୨୬ ହଜାର ୨୩୧ କୋଟି ଟଙ୍କାରେ ପହଞ୍ଚିଛି ବୋଲି ରେଳ ମନ୍ତ୍ରୀ ସୂଚନା ଦେଇଛନ୍ତି। 

Post Views10 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!