ବିଶିଷ୍ଟ ପୁଲିସ୍ ସେବା ପୁରସ୍କାର-୨୦୨୬ ଘୋଷଣା

ବିଶିଷ୍ଟ ପୁଲିସ୍ ସେବା ପୁରସ୍କାର-୨୦୨୬ ଘୋଷଣା ହୋଇଛି। ଏଥିରେ ଓଡ଼ିଶାର ୧୭ ଜଣ ପୁଲିସ୍ ଅଧିକାରୀ ଓ କର୍ମଚାରୀ ଏହି ସମ୍ମାନ ପାଇବେ ବୋଲି ଜଣାଯାଇଛି। ଘୋଷିତ ତାଲିକା ଅନୁସାରେ, ୫ ଜଣ ପୁଲିସ୍ କର୍ମଚାରୀଙ୍କୁ ସାହସିକତା ପଦକ ପ୍ରଦାନ କରାଯିବ। ସେହିପରି ୨ ଜଣଙ୍କୁ ରାଷ୍ଟ୍ରପତି ପଦକ ଏବଂ ୧୦ ଜଣଙ୍କୁ ପ୍ରଶଂସନୀୟ ସେବା ପଦକରେ ସମ୍ମାନିତ କରାଯିବ ।

ଏହି ସମ୍ମାନ ତାଲିକାରେ ରହିଛି ଓଡ଼ିଶା ପୁଲିସ୍‌ର ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କ ନାଁ । ସେମାନଙ୍କ ମଧ୍ୟରୁ ଜଣେ ହେଲେ ନିକଟରେ ଡିଜି ପାହ୍ୟାକୁ ପଦୋନ୍ନତି ପାଇଥିବା ସଂଜୀବ ପଣ୍ଡା। ସେହିପରି ଡିଏସପି ସ୍ମିତାରାଣୀ ମହାନ୍ତିଙ୍କୁ ମଧ୍ୟ ରାଷ୍ଟ୍ରପତି ପଦକ ପାଇଁ ଚୟନ କରାଯାଇଛି ।ଦୀର୍ଘବର୍ଷ ଧରି ନିଷ୍ଠା, ସାହସ ଓ ଦାୟିତ୍ୱବୋଧର ସହ ପୁଲିସ୍ ସେବା ପ୍ରଦାନ କରିଥିବା ଅଧିକାରୀ ଓ କର୍ମଚାରୀଙ୍କୁ ଏହି ପଦକ ମାଧ୍ୟମରେ ସମ୍ମାନିତ କରାଯାଏ ।

ବିଶେଷକରି ସାହସିକତା ପଦକ ପାଇଁ ଚୟନ ହୋଇଥିବା ପୁଲିସ୍ କର୍ମଚାରୀମାନେ ବିପଦପୂର୍ଣ୍ଣ ପରିସ୍ଥିତିରେ ନିଜ ଜୀବନକୁ ବାଜି ଲଗାଇ କର୍ତ୍ତବ୍ୟ ସମ୍ପାଦନ କରିଥିବାରୁ ଏହି ସମ୍ମାନ ପାଇବେ। ମୋଟ ୧୭ ଜଣଙ୍କୁ ଏହି ସମ୍ମାନ ମିଳିବା ଓଡ଼ିଶା ପୁଲିସ୍ ପାଇଁ ନିଶ୍ଚିତ ଭାବେ ଏକ ବଡ଼ ଗୌରବର ବିଷୟ । ରାଜ୍ୟର ସୁରକ୍ଷା ଓ ଆଇନଶୃଙ୍ଖଳା ରକ୍ଷାରେ ନିଷ୍ଠାପର ସେବା ପାଇଁ ଏହି ଅଧିକାରୀ ଓ କର୍ମଚାରୀଙ୍କୁ ଜାତୀୟ ସ୍ତରରେ ମିଳିଛି ଏହି ସ୍ୱୀକୃତି ।

Post Views21 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!