ସରିଲା ବୈଠକ: ମେଣ୍ଟ କଥା କେହି କହିଲେନି

ନବୀନ ନିବାସରେ ଶେଷ ହୋଇଛି ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ। ନିର୍ବାଚନ ତାରିଖ ଘୋଷଣା ହେବାକୁ ଆଉ କିଛିଦିନ ବାକି ଥିବାବେଳେ ନିର୍ବାଚନମଣ୍ଡଳୀର ସ୍ଥିତି ସମ୍ପର୍କରେ ରିପୋର୍ଟ ଦେଇଥିଲେ ବିଭିନ୍ନ ଜିଲ୍ଲାରେ ନିୟୋଜିତ ଥିବା ଦଳର ପର୍ଯ୍ୟବେକ୍ଷକ। ପ୍ରତି ନିର୍ବାଚନମଣ୍ଡଳୀରେ ଦଳର ସ୍ଥିତି ନେଇ ବୈଠକରେ ତର୍ଜମା କରାଯାଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନବୀନ ନିବାସରେ ବସିଥିଲା ଏହି ବୈଠକ।

ଏହି ବୈଠକରେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ସମେତ ଦଳର ସମସ୍ତ ଜିଲ୍ଲା ପର୍ଯ୍ୟବେକ୍ଷକ ଏବଂ କୋର କମିଟି ସଦସ୍ଯମାନେ ସାମିଲ ଥିଲେ। ବୈଠକ ଶେଷ ହେବାପରେ ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିଲେ। ନିର୍ବାଚନୀ ରଣକୌଶଳ ନେଇ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏହାସହ ମୁଖ୍ୟମନ୍ତ୍ରୀ ନିର୍ବାଚନମଣ୍ଡଳି ଏବଂ ଜିଲ୍ଲାସ୍ତରୀୟ ରିପୋର୍ଟ ନେଇଛନ୍ତି ବୋଲି ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର କହିଛନ୍ତି ।

Post Views6 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!