ପଶ୍ଚିମବଙ୍ଗ ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀ ଗୁରୁତର ଆହତ ହୋଇଛନ୍ତି । ତାଙ୍କ କପାଳରେ କ୍ଷତ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ମମତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ନେଇ ସୂଚନା ଦେଇଛି ତୃଣମୂଳ କଂଗ୍ରେସ।
ତାଙ୍କୁ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ କପାଳରୁ ରକ୍ତ ବାହାରିବା ଦେଖାଯାଉଛି। ବର୍ଦ୍ଧମାନରୁ କୋଲକାତା ଫେରିବା ବାଟରେ ଏକ କାର୍ ଦୁର୍ଘଟଣାରେ ସେ ଆହତ ହୋଇଛନ୍ତି। ତାଙ୍କ କାର୍ ଦ୍ରୁତ ଗତିରେ ଆସୁଥିବାବେଳେ ସାମନାକୁ ଏକ କାର୍ ଆସିଯିବା ଯୋଗୁ ଡ୍ରାଇଭର ବ୍ରେକ ମାରିଥିଲେ। ଫଳରେ କାରରେ ଥିବା ମମତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା।


