କେନ୍ଦୁଝର ଜିଲା ଗୋଟିଏ ବିଧାନସଭା ନିର୍ବାଚନମଣ୍ଡଳୀ। ଏଠାରେ ସବୁ ଦଳରେ ଅନେକ ଟିକେଟ ଆଶାୟୀ ଅଛନ୍ତି। ତେବେ ଟିକେଟ କିଏ ପାଇବ ତାହା ଭବିଷ୍ୟତ କହିବ। କିନ୍ତୁ ବିଭିନ୍ନ ଦଳର କେତେକ ନେତା, ଜନ ସାଧାରଣ ବାଟଘାଟରେ, ଚା ଖଟିରେ, ଜଳଖିଆ ଦୋକାନରେ କହି ବୁଲୁଛନ୍ତି ‘ସୋଭାକର ର ଏଥର ଟିକେଟ ଫାଇନାଲ’।
ଯାହାକୁ ନେଇ କେନ୍ଦୁଝର ଜିଲାରେ ଚର୍ଚ୍ଚା ଜୋର ଧରିଛି। ନିର୍ବାଚନ ତାରିଖ ଘୋଷଣା ହୋଇନାହିଁ। କିନ୍ତୁ ଏଠାରେ ନିର୍ବାଚନୀ ଉଷ୍ମତା ବଢିଗଲାଣି।ବିଜେଡି, ବିଜେପି ର ଅନେକ ନେତା ଏଠାରେ ଟିକେଟ ପାଇଁ ଆଶାୟୀ ଥିବା ବେଳେ ରାଇସୁଆଁ ର ସୋଭାକର ସାହୁଙ୍କ ଦବଦବା ଅଧିକ ଦେଖିବାକୁ ମିଳିଲାଣି । ସମସ୍ତଙ୍କ ମୁହଁରେ ସୋଭାକରଙ୍କ ନାଁ।

ମିଷ୍ଟଭାଷୀ ସୋଭାକର ସାହୁ ହେଉଛନ୍ତି ଜଣେ ସାମାଜିକ କର୍ମୀ । ବିଗତ 22 ବର୍ଷ ଧରି ନିଜ ଜିଲ୍ଲା ତଥା ଅଞ୍ଚଳ ପାଇଁ କାମ କରି ଆସୁଛନ୍ତି ଏବଂ ଜନ ସାଧାରଣଙ୍କ ପ୍ରସଂଶାର ପାତ୍ର ହୋଈ ପାରିଛନ୍ତି। ଓଡ଼ିଶାରେ ଦୁର୍ନୀତିକୁ ମୂଳପୋଛ କରିବା ଏବଂ ଲୋକଙ୍କ ସେବା କରିବା ତାଙ୍କର ଏକମାତ୍ର ଲକ୍ଷ୍ୟ।
1983 ମସିହାରୁ ଏମ୍ . କମ ପାସ କରିବା ପରେ ଏକ କଲେଜ୍ ରେ ବିନା ପ୍ରାପ୍ୟରେ ଅଧ୍ୟାପକ ରୂପେ ଶହ ଶହ ପିଲାଙ୍କୁ ପାଠ ମଧ୍ଯ ପଢ଼ାଉଥିଲେ, ଲୋକଙ୍କ ସ୍ୱର ଉଠାଇ ଅଞ୍ଚଳରେ ମେଡ଼ିକାଲ କରିଛନ୍ତି , ଗରିବ ଅସହାୟ ତଥା ଭିନ୍ନକ୍ଷମଙ୍କ ପାଇଁ ଭତ୍ତା ,ପୋଷ୍ଟଲ ଏଲ୍ ଆଇ ସିରେ କାର୍ଯ୍ୟ କରି ଲୋକଙ୍କ ସେବା ମଧ୍ୟ କରିଛନ୍ତି ।
2012ରେ ମୋଦି ସରକାର ଗଠନ ହେବା ସମୟରେ ନିର୍ବାଚନ ମଇଦାନକୁ ଓହ୍ଲାଇବକୁ ଚେଷ୍ଟା କରିଥଲେ। ତେଣୁ 2019ରେ ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ରେ ବିଧାୟକ ଭାବେ ଛିଡ଼ା ହୋଇ ଲୋକଙ୍କ ସେବା କରିବାକୁ ଚାହିଁଥିଲେ ସୁଦ୍ଧା ଟିକେଟ ମିଳିନଥିଲା। ତେବେ ଦୀର୍ଘ 5 ବର୍ଷ ନିଜ ଜିଲ୍ଲା ପାଇଁ କାମ କରିଥିବା ବେଳେ ବର୍ତ୍ତମାନ ଜନତାଙ୍କ ସମର୍ଥନ ସୋଭାକର ସାହୁ ଙ୍କ ପଛରେ ରହିଛି। ଶହ ଶହ ଜନତା ସୋଭାକର ଟିକେଟ ପାଇଁ ନିର୍ବାଚନରେ ଜିତି ତାଙ୍କ ପାଇଁ କାମ କରିବାକୁ ଚାହୁଞ୍ଚନ୍ତି।ତେଣୁ ଲୋକଙ୍କ ପାଇଁ BJP ଦଳରୁ ନିର୍ବାଚନ ଲଢ଼ିବାକୁ ସୋଭାକର ଆଗ୍ରହୀ ଅଛନ୍ତି ।
ତେବେ ଦଳରୁ ସୁଯୋଗ ମିଳିଲେ ସେ ଟିକେଟ ପାଇ ବିଧାୟକ ପଦରେ ବସି ଶିକ୍ଷ୍ୟା, ସ୍ବାସ୍ଥ୍ୟ, ମହିଳାଙ୍କ ଉନ୍ନତି ପାଇଁ ଅଧିକା କାମ କରିବାକୁ ଆଗ୍ରହୀ ଅଛନ୍ତି। କେବେଳ ଏତିକି ନୁହେଁ ସବୁଠାରୁ ବଡ଼ କଥା ହେଉଛି ଆଧୁନିକରଣ ହେଲୋ ହାଏ ବାଏ କୁ ଭୁଲି ଜୟ ଶ୍ରୀ କ୍ରିଷ୍ଣା କହିବାକୁ ପରାମର୍ଶ ଦେଇଛନ୍ତି । ଏପରିକି ଟିକେଟ ନମିଳିଲେ ବି ଜନତାଙ୍କ ସେବା ସର୍ବଦା କରିବେ ବୋଲି ପ୍ରତିଶୃତି ଦେଇଛନ୍ତି।

