ପ୍ରସନ୍ନ ଆଚାର୍ଯ୍ୟ ଗୁରୁତର

ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଗୁରୁତର। କାର ଦୁର୍ଘଟଣାରେ ପ୍ରସନ୍ନ ଆଚାର୍ଯ୍ୟ ଆହତ ହୋଇଛନ୍ତି। ଭୁବନେଶ୍ଵରରୁ ବରଗଡ଼ ଫେରୁଥିବାବେଳେ ରେଢାଖୋଲ ବେଲଗଡ ଠାରେ ଘଟିଥିଲା ଏକ ଦୁର୍ଘଟଣା। ଏକ ଟ୍ରକ୍ ସହ କାରର ମୁହାମୁହିଁ ଧକ୍କା ହେବା ଫଳରେ ଗୁରୁତର ଭାବେ ଆହତ ହୋଇଛନ୍ତି।

ତାଙ୍କୁ ପ୍ରଥମେ ରେଢାଖୋଲରେ ପ୍ରାଥମିକ ଚିକିତ୍ସା ପରେ ସମ୍ବଲପୁର ଏକ ଘରୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ତାଙ୍କର ମୁଣ୍ଡ, ଆଖି,ନାକରେ ଗୁରୁତର ଆଘାତ ଲାଗିଛି। ବର୍ତ୍ତମାନ ସେ ଆଇସିୟୁରେ ଅଛନ୍ତି। ତାଙ୍କୁ ଏୟାର ଆମ୍ବୁୁଲାନ୍ସ ଯୋଗେ ଭୁବନେଶ୍ଵରର ଏକ ଘରୋଇ ମେଡ଼ିକାଲକୁ ନିଆଯିବ। ତାଙ୍କ ସହ ପିଏସଓ ଓ ଡ୍ରାଇଭର ଥିବାବେଳେ ସେମାନେ ସାମାନ୍ୟ ଆହତ ହୋଇଛନ୍ତି ।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!