ମଧ୍ୟପ୍ରଦେଶ ଗୁନାରେ ଦୁର୍ଘଟଣା । ଘଟଣାରେ ୧୩ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ । ୧୭ ଯାତ୍ରୀ ଆହତ ହୋଇଛନ୍ତି । ଏକ ଘରୋଇ ବସଟି ୩୦ରୁ ଉର୍ଦ୍ଧ୍ୱ ଯାତ୍ରୀଙ୍କୁ ନେଇ ଗୁନା ଅଞ୍ଚଳରେ ଯାଉଥିଲା । ମାତ୍ର ହଠାତ୍ ବସଟି ସମ୍ମୁଖରୁ ଆସୁଥିବା ଏକ ଡମ୍ଫର ସହ ଧକ୍କା ହୋଇ ଜଳି ଯାଇଥିଲା ।ଏହି ଦୁର୍ଘଟଣାରେ ୧୩ଜଣ ଜୀବନ୍ତ ଜଳି ଯାଇଥିବା ବେଳେ ୧୭ଜଣ ଆହତ ହୋଇଛନ୍ତି । ଖବର ପାଇ ପୋଲିସ ପୋଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହିତ ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।ସେପଟେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଦୁର୍ଘଟଣା ଯୋଗୁଁ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପାଇଁ ୪ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ଆହତଙ୍କ ପାଇଁ ୫୦ ହଜାର ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିଛନ୍ତି ।…

