ମାଟି ତଳେ ଫସିରହିଛି ଆଉ ଏକ ବଗି,ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା
ବାଲେଶ୍ବର ହାନଗାରେ ସବୁଠୁ ବଡ଼ ଟ୍ରେନ ଦୁର୍ଘଟଣା । ବର୍ତ୍ତମାନ ପର୍ଯ୍ୟନ୍ତ 288ରୁ ଅଧିକ ଲୋକଙ୍କ ମୃତ୍ୟୁ । ୯୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଗତକାଲି ସଂଧ୍ୟା ସମୟରେ ବାହାନଗା ଦେଇ ଯାତ୍ରା କରୁଥିଲା ଟ୍ରେନ୍ । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ରେସକ୍ୟୁ ଅପରେସନରେ ଅଗ୍ନିଶମ ବିଭାଗ, ଓଡ୍ରାଫ, ଏନଡିଆରଏଫ ଟିମ୍ ଲାଗିଛନ୍ତି । ରେଳମନ୍ତ୍ରାଳୟ ପକ୍ଷରୁ ବାୟୁସେନାକୁ ମଧ୍ୟ ରେସ୍କ୍ୟୁ ମିଶନରେ ସାମିଲ କରାଯାଇଛି । ସାମାନ୍ୟ ଆହତଙ୍କୁ ତୁରନ୍ତ ଚିକିତ୍ସା କରିବା ସହ ବାଲେଶ୍ବର, ବାରିପଦା, ଯାଜପୁରରେ ରହିବା ପାଇଁ ବ୍ୟବସ୍ଥା କରାଯାଇଛି ।ଏବେ ଆଉ ଏକ ବଗି ମାଟି ତଳେ ଫସିରହିଥିବା ଜମାପଡିଛି । ଆହୁରି ମୃତ୍ୟୁସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି ।

