ଲ୍ୟାଣ୍ଡରରୁ ବାହାରୁଛି ରୋଭର । ଚନ୍ଦ୍ରପୃଷ୍ଠରେ ସଫଳ ଲ୍ୟାଣ୍ଡିଂ ପରେ ଲ୍ୟାଣ୍ଡରରୁ ରୋଭର ବାହାରୁଥିବା ସମୟର ଭିଡିଓ ସେୟାର କରିଛି ଚନ୍ଦ୍ରଯାନ-୩ । ଅଗଷ୍ଟ ୨୩ ତାରିଖରେ ଲ୍ୟାଣ୍ଡିଂ ପରେ କ୍ୟାମେରା ରେକର୍ଡ କରିଥିବା ଭିଡିଓକୁ ଇସ୍ରୋ ଟୁଇଟରରେ ସେୟାର କରିଛି। ସାଉଥ ପୋଲରେ ଲ୍ୟାଣ୍ଡ ପରେ କଣ୍ଟ୍ରୋଲ ରୁମ କମାଣ୍ଡ ଆଧାରରେ ଚନ୍ଦ୍ରପୃଷ୍ଠରେ ଗବେଷଣା ଚଳାଇଛି ରୋଭର । ଏବେ ସୁଦ୍ଧା ଲ୍ୟାଣ୍ଡରଠୁ ମାତ୍ର ୮ ମିଟର ଯାଇଛି ରୋଭର । ଆସନ୍ତା ୧୨ ଦିନ ମଧ୍ୟରେ ଅଧା କିଲୋମିଟର ବିଚରଣ କରିବ । ରାସାୟନିକ, ଖଣିଜ ପଦାର୍ଥ, ମାଟି ଓ ପଥର ସମ୍ପର୍କରେ ଗବେଷଣା କରୁଛି ।

