ଏସିଏମ୍ଇ ସହ ଟାଟା ଷ୍ଟିଲ୍ ଏସ୍ଇଜେଡର ଏମ୍ଓୟୁ

ଟାଟା ଷ୍ଟିଲ୍ ସ୍ପେଶିଆଲ୍ ଇକୋନମିକ୍ ଜୋନ୍ ଲିମିଟେଡ୍ (ଟିଏସ୍ଏସ୍ଇଜେଡ୍ଏଲ୍) ଏବଂ ଏସିଏମ୍ଇ ଗ୍ରୁପ୍ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣାପତ୍ର (ଏମ୍ଓୟୁ) ସ୍ବାକ୍ଷରିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ ଶିଳ୍ପ ବିଭାଗର ପ୍ରମୁଖ ସଚିବ ଓ ଇଡ୍କୋ ଓ ଇପିକଲ୍ର ଅଧ୍ୟକ୍ଷ ହେମନ୍ତ ଶର୍ମା କହିଛନ୍ତି, ଓଡ଼ିଶାକୁ ଗ୍ରୀନ୍ ହାଇଡ୍ରୋଜେନ୍ ଓ ଗ୍ରୀନ୍ ଆମୋନିଆର ହବ୍ ଓ ସବୁଜ ଇନ୍ଧନ ଅର୍ଥନୀତିର ଅଗ୍ରଣୀ ଭାବେ ପରିକଳ୍ପନା କରୁଛୁ।

ବିଶେଷକରି ଓଡ଼ିଶାର ଗୋପାଳପୁର ଶିଳ୍ପ ପାର୍କରେ ଏକ ଗ୍ରୀନ୍ ହାଇଡ୍ରୋଜେନ୍ ଓ ଗ୍ରୀନ୍ ଆମୋନିଆ ପ୍ରକଳ୍ପ ସ୍ଥାପନ କରିବା ପାଇଁ ଉଭୟ ସଂସ୍ଥା ମଧ୍ୟର ଉକ୍ତ ସହଭାଗିତା ହୋଇଥିବା କୁହାଯାଇଛି।

ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାରଙ୍କ ଶିଳ୍ପ ବିଭାଗର ପ୍ରମୁଖ ସଚିବ ଓ ଓଡ଼ିଶା ଶିଳ୍ପ ଭିତ୍ତିଭୂମି ବିକାଶ ନିଗମ (ଇଡ୍କୋ) ଓ ଓଡ଼ିଶା ଶିଳ୍ପ ପ୍ରସାର ଓ ନିବେଶ ନିଗମ ଲିମିଟେଡ୍ (ଇପିକଲ୍)ର ଅଧ୍ୟକ୍ଷ ହେମନ୍ତ ଶର୍ମା ଏବଂ ଇପିକଲ୍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କଲ୍ୟାଣ ମହାନ୍ତିଙ୍କ ଉପସ୍ଥିତିରେ ଟିଏସ୍ଏସ୍ଇଜେଡ୍ଏଲ୍ର ପରିଚାଳନା ନିର୍ଦ୍ଦେଶକ ମଣିକାନ୍ତ ନାଏକ ଓ ଏସିଏମ୍ଇ ଗ୍ରୁପ୍ର ଚିଫ୍ ଅପରେଟିଂ ଅଫିସର ସନ୍ଦୀପ କଶ୍ୟପଙ୍କ ମଧ୍ୟରେ ଉକ୍ତ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି।

Post Views21 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!