ମଧ୍ୟପ୍ରଦେଶରେ ଚାଲିଛି ମତଦାନ

ମଧ୍ୟପ୍ରଦେଶରେ ଚାଲିଛି ମତଦାନ । ମଧ୍ୟପ୍ରଦେଶରେ ଗୋଟିଏ ପର୍ଯ୍ୟାୟ ଚାଲିଛି ନିର୍ବାଚନ । ମଧ୍ୟପ୍ରଦେଶର ସମସ୍ତ ୨୩୦ ଆସନରେ ଗୋଟିଏ ଦିନରେ  ଭୋଟିଂ ଚାଲିଛି । ସକାଳ 11ଟା ସୁଦ୍ଧା 27.75 ପ୍ରତିଶତ ମତଦାନ ହୋଇଛି । ପ୍ରାୟ ୫ କୋଟି ୬୦ ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ୨୨ ଲକ୍ଷ ୩୬ ହଜାର ଯୁବ ଭୋଟର ।  ବୁଧନି ଆସନରୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ଲଢୁଥିବାବେଳେ ତାଙ୍କୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତ ବିକ୍ରମ ମସ୍ତାଲ । ଛିନ୍ଦଓ୍ବାଡାରେ କମଲନାଥଙ୍କ ବିରୋଧରେ ଲଢୁଛନ୍ତି ବିଜେପିର ବିବେକ ବଣ୍ଟି ସାହୁ । ଦିମାନି ଆସନରେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ମଇଦାନରେ ଅଛନ୍ତି ।

Post Views22 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!