କର୍ମଚାରୀଙ୍କୁ ବଡ଼ ଉପହାର ଦେଲେ ମୋଦି ସରକାର

କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କୁ ଖୁସି ଖବର ଦେଇଛନ୍ତି ମୋଦି ସରକାର।

କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା (DA) ରେ ଦୁଇ ପ୍ରତିଶତ ବୃଦ୍ଧିକୁ ଅନୁମୋଦନ କରିଛନ୍ତି କେନ୍ଦ୍ର କ୍ୟାବିନେଟ୍ । ଏହି ନିଷ୍ପତ୍ତି ପରେ କର୍ମଚାରୀମାନଙ୍କ ପାଇଁ DA ଏବେ ବୃଦ୍ଧି ପାଇବ।

ଏହି ସରକାରୀ ନିଷ୍ପତ୍ତି ପରେ କର୍ମଚାରୀମାନଙ୍କ ପାଇଁ ମୋଟ ମହଙ୍ଗା ଭତ୍ତା ୫୮ ପ୍ରତିଶତରୁ ବୃଦ୍ଧି ପାଇ ୬୦ ପ୍ରତିଶତ ହୋଇଛି। ଏହି ବୃଦ୍ଧି ପ୍ରାୟ ୫୦ ଲକ୍ଷ ସରକାରୀ କର୍ମଚାରୀ ଏବଂ ୬.୫ ଲକ୍ଷରୁ ଅଧିକ ପେନସନଭୋଗୀଙ୍କୁ ସିଧାସଳଖ ଲାଭ ଦେବ। ଏଥି ଯୋଗୁଁ ସେମାନଙ୍କର ମାସିକ ଦରମା ଏବଂ ପେନସନ ବୃଦ୍ଧି ପାଇବ।

Post Views43 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!