ଅସହ୍ୟ ଗ୍ରୀଷ୍ମ ପ୍ରବାହ ହେତୁ ୧୮ରୁ ୨୧ ସ୍କୁଲ ଛୁଟି

ବଲାଙ୍ଗୀର ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା। ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତା ୧୮ରୁ ୨୧ ଯାଏଁ ଜିଲ୍ଲାରେ ସମସ୍ତ ସ୍କୁଲ ବନ୍ଦ ରହିବ। ପ୍ରବଳ ଖରା ଓ ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଏଭଳି ନିଷ୍ପତ୍ତି ନେଇଛନ୍ତି। ପରେ ସ୍ଥିତି ଦେଖି ଖରାଛୁଟି ଘୋଷଣା କରାଯିବ ବୋଲି କହିଛନ୍ତି।

ବଲାଙ୍ଗୀରରେ ତାତି ବଢୁଛି। ସକାଳୁ ସୂର୍ଯ୍ୟଙ୍କ ପ୍ରକୋପ ଆରମ୍ଭ ହୋଇଯାଉଛି। ସନ୍ଧ୍ୟା ପର୍ଯ୍ୟନ୍ତ ଗୁଳୁଗୁଳି କଲବଲ କରୁଛି। ଜରୁରୀ କାମ ନହେଲେ କେହି ଘରୁ ବାହାରୁ ନାହାନ୍ତି। ଦିନ ୧୨ ଟା ହେଲେ ରାସ୍ତାଘାଟ ଶୂନଶାନ ରହୁଛି। ଯାତ୍ରୀମାନେ ମଧ୍ୟ ନାହିଁନଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି। ଗଛ ଛାଇ ଦେଖିଲେ ଟିକିଏ ଅଟକି ଯାଉଛନ୍ତି। ସେପଟେ ଅଘୋଷିତ ବିଦ୍ୟୁତ କାଟ ଲୋକଙ୍କ ପାଇଁ ଚିନ୍ତାର କାରଣ ସାଜିଛି। ଦିନ ହେଉକି ରାତି ମନଇଚ୍ଛା କାଟୁଛନ୍ତି ବିଦ୍ୟୁତ। ଯାହାକୁ ନେଇ ଲୋକେ ଘରେ କି ବାହାରେ ରହିବା ମୁସ୍କିଲ ହୋଇପଡୁଛି। ସେହିପରି ପାନୀୟ ଜଳ ବ୍ୟବସ୍ଥା ମଧ୍ୟ ଅବ୍ୟବସ୍ଥା ଘେରରେ। ସହରର ବିଭିନ୍ନ ପଡ଼ାରେ ମନଇଚ୍ଛା ଜଳ ଯୋଗାଣ କରୁଛି ପିଏଚଡି ବିଭାଗ। ଯାହାକୁ ନେଇ ଲୋକ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି।

Post Views29 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!