ଓଟିଟି ପ୍ଲାଟଫର୍ମରେ ତମାଖୁ ବିରୋଧୀ ଚେତାବନୀ ଏଣିକି ବାଧ୍ୟତାମୂଳକ । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ନୂଆ ନିୟମାବଳୀ ଜାରି କରିଛି । ନିୟମ ଉଲ୍ଲଂଘନ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆ ଯିବ। ନିୟମ ଉଲ୍ଲଂଘନ କ୍ଷେତ୍ରରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଓ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କୁହାଯାଇଛି । ଓଟିଟି ପ୍ଲାଟଫର୍ମର ପବ୍ଲିଶର୍ସମାନଙ୍କ ଉଦ୍ଦେଶ୍ୟରେ ଏହି ଚେତାବନୀ ଜାରି କରିଛି ସ୍ବାସ୍ଥ୍ୟ ମନ୍ତ୍ରାଳୟ । ବିଭିନ୍ନ ସିନେମାହଲ ଓ ଟେଲିଭିଜନରେ ସିନେମା ପ୍ରଦର୍ଶନ ବେଳେ ତମାଖୁ ବିରୋଧରେ ଜାରି କରାଯାଉଥିବା ଚେତାବନୀ ପରି ଓଟିଟି ପ୍ଲାଟଫର୍ମରେ ସମଧରଣର ଚେତାବନୀ ଲାଗି ନିର୍ଦ୍ଦେଶ ଦେଇଛି ମନ୍ତ୍ରାଳୟ । କାର୍ଯ୍ୟକ୍ରମ ବେଳେ ଓଟିଟି ପ୍ଲାଟଫର୍ମରେ ତମାଖୁଜାତ ସାମଗ୍ରୀ ପ୍ରଦର୍ଶିତ ହେଉଥିବାବେଳେ ସ୍କ୍ରିନର ନିମ୍ନ ଭାଗରେ ଏହି ଚେତାବନୀ ପ୍ରକାଶ କରିବାକୁ କୁହାଯାଇଛି ।
Related Posts
ଶିଶୁପୁତ୍ର ସହ ଅପେକ୍ଷାରେ ଟନେଲରେ ଫଶିରହିଥିବା ଶ୍ରମିକଙ୍କ ପତ୍ନୀ
ଉତ୍ତରାଖଣ୍ଡ ଉତ୍ତରକାଶୀରେ ଉଦ୍ଧାର ପାଇଁ ଅପରେସନ ଜିନ୍ଦଗୀ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି ସ୍ଥାନୀୟ ସରକାର । ଏଥିପାଇଁ ଅଷ୍ଟ୍ରେଲିଆର…
ଆତଙ୍କି ଲିଙ୍କ ରେ ଟ୍ରମ୍ପ
ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ତରଫରୁ ଦୁଇ ଆତଙ୍କବାଦୀ ଇସମାଇଲ ଶୟର ଓ ଶେଖ୍ ହମଜାକୁ ହ୍ୱାଇଟ ହାଉସର ଧାର୍ମିକ ସ୍ୱତନ୍ତ୍ରତା…
ଜଷ୍ଟିସ ସଞ୍ଜୀବ ଖାନ୍ନା ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି
ଜଷ୍ଟିସ ସଞ୍ଜୀବ ଖାନ୍ନା ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି। ବର୍ତ୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କ ଅବସର…

