ବିମାନ ବନ୍ଦର ନିକଟରେ ରହିବନି ଉଚ୍ଚ ଅଟାଳିକା ଓ ଗଛ

ଅହମଦାବାଦ ବିମାନ ଦୁର୍ଘଟଣା ପରେ ସାରା ଦେଶ ଏବେ ଭୟରେ। ତା’ପରେ ପରେ ବିଭିନ୍ନ ପ୍ରକାରର ବିବାନ ଦୁର୍ଘଟଣା ଖବର ସବୁ ଦେଖିବାକୁ ମିଳୁଛି। ଏହି କାରଣରୁ ଏବେ ତତ୍ପରତା ଦେଖାଇଛନ୍ତି କେନ୍ଦ୍ର ସରକାର।ଏଣିକି ବିମାନ ବନ୍ଦର ନିକଟରେ ରହିଥିବା ଘର ଓ ଗଛର ଉଚ୍ଚତା କମିବ । ଏନେଇ କେନ୍ଦ୍ର ସରକାର ବିମାନ ଅଧିନିୟମ, ୨୦୨୪ରେ କିଛି ପରିବର୍ତ୍ତନ ଆଣି ନୂଆ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଆଉ ବିମାନ ବନ୍ଦର ନିକଟରେ ରହିବନି ଉଚ୍ଚ ଅଟ୍ଟାଳିକା କିମ୍ବା ବଡ଼ ଗଛ ।

କେନ୍ଦ୍ର ସରକାରଙ୍କ ଅନୁଯାୟୀ, ବିମାନ ଚଳାଚଳରେ ବାଧା ସୃଷ୍ଟି କରୁଥିବା କୋଠା କିମ୍ବା ଗଛ ତୁରନ୍ତ ହଟାଯିବ। ବିମାନ ମାଲିକମାନଙ୍କୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ନୋଟିସ୍ ଜାରି କରା ହେବ। ବିମାନ ଉଡ଼ାଣରେ କୌଣସି ଗଛ ଅବରୋଧ କରୁଥିଲେ ତାହାକୁ ତୁରନ୍ତ କଟାଯିବ। ନୋଟିସ୍‌ ପାଇବାର ୬୦ ଦିନ ମଧ୍ୟରେ ସେଗୁଡ଼ିକୁ ଭାଙ୍ଗିବା କିମ୍ବା ଉଚ୍ଚତା କମାଇବାକୁ ପଡ଼ିବ। ବ୍ୟବସ୍ଥା ଅନୁସାରେ ଘର ମାଲିକ କ୍ଷତିପୂରଣ ଆବେଦନ କରିପାରିବେ। ସମ୍ପୃକ୍ତ ମାଲିକଙ୍କୁ କ୍ଷତିପୂରଣ ମଧ୍ୟ ପ୍ରଦାନ କରାଯିବ। ନିର୍ଦ୍ଧାରିତ ସମୟସୀମା ଭିତରେ ଘର ଭାଙ୍ଗିବା ସହ ଗଛର ଉଚ୍ଚତା କମାଇବାକୁ ହେବ। ମାଲିକମାନେ ନିୟମ ନମାନିଲେ ଏରୋଡ୍ରମ୍‌ ଅଧିକାରୀ ଜିଲ୍ଲାପାଳଙ୍କୁ ଅବଗତ କରିବେ। ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଘର କିମ୍ବା ଗଛର ଉଚ୍ଚତା କମ୍‌ କରାଯିବ ।

Post Views9 Total Count

Apply Now


This will close in 0 seconds

error: Content is protected !!