ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ପୁଣି ବଢ଼ିଲା ହୀରାକୁଦ ଜଳସ୍ତର। ଫଳରେ ହୀରାକୁଦରେ ଆଉ ୫ଟି ଗେଟ୍ ଖୋଲାଯାଇଛି। ବର୍ତ୍ତମାନ ମୋଟ ୧୪ ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଛି । ବାମପାର୍ଶ୍ବରେ ୯ଟି ଗେଟ୍ ଏବେ ଡାହାଣ ପାର୍ଶ୍ବର ୫ଟି ଗେଟ୍ ଖୋଲା ରହିଛି ।ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ଥିବାବେଳେ ଆଜି ଜଳସ୍ତର ୬୨୯.୫୬ ଫୁଟରେ ପହଞ୍ଚିଛି। ଜଳଭଣ୍ଡାରରୁ ୧ ଲକ୍ଷ ୫୪ ହଜାରରୁ ଅଧିକ କ୍ୟୁସେକ ଜଳ ପ୍ରବାହିତ ହେଉଛି । ସେହିପରି ୧ ଲକ୍ଷ ୪୧ ହଜାରରୁ ଅଧିକ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ତେବେ ଉପମୁଣ୍ଡରେ ବର୍ଷା ହେଲେ ଆହୁରି ଗେଟ୍ ଖୋଲିପାରେ ।
ରୁଲ୍ କର୍ଭ ଅନୁସାରେ ଅକ୍ଟୋବର ଶେଷ ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୩୦ ଫୁଟ ରହିବା କଥା। ବର୍ତ୍ତମାନ ଜଳସ୍ତର ଏହାର ନିକଟବର୍ତ୍ତୀ ରହିଛି। ତେବେ ମହାନଦୀର ଉପରମୁଣ୍ଡରେ ଆଗକୁ ବର୍ଷା ଜାରି ରହିଲେ ଆବଶ୍ୟକତା ଅନୁଯାୟୀ ଆହୁରି ଗେଟ୍ ଖୋଲାଯାଇପାରେ।

