କଟକ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ଅମିତା ଦାସଙ୍କ ବଦଳି

ଅପମିଶ୍ରିତ ପନିର ଓ ଛେନା ଜବତ ଘଟଣାକୁ ନେଇ କଟକ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ଅମିତା ଦାସଙ୍କ ବଦଳି ହୋଇଛି। ରାଜ୍ୟ ଫୁଡ୍ ସେଫ୍ଟି କମିଶନରଙ୍କ ନିର୍ଦ୍ଦେଶ ଅନୁସାରେ ତାଙ୍କୁ ରାଇରଙ୍ଗପୁରକୁ ବଦଳି କରାଯାଇଥିବା ଜଣାପଡ଼ିଛି।
କଟକର ନିଆଳି ଓ ଅଡ଼ଶପୁର ଅଞ୍ଚଳରୁ ସହରକୁ ଆସୁଥିବା ଛେନା ଓ ପନିରରେ ଅପମିଶ୍ରଣ ନେଇ ଅଭିଯୋଗ ପରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଯାଞ୍ଚ କରାଯାଇଥିଲା। ଏହି ଯାଞ୍ଚ ସମୟରେ ସଂଗ୍ରହ କରାଯାଇଥିବା ନମୁନାର ପରୀକ୍ଷା ରିପୋର୍ଟରେ ପନିର ଓ ଛେନାରେ ମଇଦା ସମେତ ଡିଟରଜେଣ୍ଟ ଥିବା ସୂଚନା ମିଳିଛି।କଟକ ମହାନଗର ନିଗମ (କେଏମ୍‌ସି ) ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତିନୋଟି ସ୍ଥାନରୁ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା। ପ୍ରାୟ ଏକ ମାସ ପରେ ହରିୟାଣାର ଲ୍ୟାବ୍ରୁ ଏହାର ପରୀକ୍ଷା ରିପୋର୍ଟ ରାଜ୍ୟ ଖାଦ୍ୟ ସୁରକ୍ଷା କମିଶନଙ୍କ ନିକଟକୁ ଆସିଥିବା ସୂଚନା ମିଳିଛି।
ରିପୋର୍ଟରେ ପନିର ଓ ଛେନାରେ ମଇଦା ଏବଂ ଡିଟରଜେଣ୍ଟ ଭଳି ପଦାର୍ଥ ମିଳିଥିବା କୁହାଯାଇଛି। ତେବେ ଏହି ପଦାର୍ଥ କେଉଁ ଉଦ୍ଦେଶ୍ୟରେ ଏବଂ କେତେ ପରିମାଣରେ ବ୍ୟବହାର ହୋଇଥିଲା, ସେନେଇ ଅଧିକ ତଦନ୍ତର ଆବଶ୍ୟକତା ରହିଛି।ଅପମିଶ୍ରିତ ଦୁଗ୍ଧଜାତ ଖାଦ୍ୟକୁ ନେଇ ଗତ ଅଗଷ୍ଟ ମାସରେ କଟକ ସହରରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଘନଘନ ଚଢ଼ଉ କରାଯାଇଥିଲା। ନିଆଳି ଓ ଅଡ଼ଶପୁର ପାର୍ଶ୍ୱରୁ ପ୍ରତିଦିନ ବିପୁଳ ପରିମାଣର ଛେନା ଓ ପନିର ସହରକୁ ଆସୁଥିବା ଅଭିଯୋଗ ରହିଥିଲା।

ଗତ ଅଗଷ୍ଟ ମାସରେ ମାତ୍ର ଏକ ସପ୍ତାହ ମଧ୍ୟରେ ୫ ଥର ଚଢ଼ଉ କରାଯାଇ ୭୩ କ୍ୱିଣ୍ଟାଲରୁ ଅଧିକ ଅପମିଶ୍ରିତ ପନିର, ଛେନା ଓ ଅନ୍ୟାନ୍ୟ ଦୁଗ୍ଧଜାତ ସାମଗ୍ରୀ ଜବତ କରି ନଷ୍ଟ କରାଯାଇଥିବା ଦାବି କରାଯାଇଛି। ଏହାସହ ୧୨ ଜଣ ବ୍ୟବସାୟୀଙ୍କୁ ଚିହ୍ନଟ କରାଯାଇଥିବା ସୂଚନା ମିଳିଛି । ଅପମିଶ୍ରିତ ପନିର ଓ ଛେନା ଘଟଣା ପରେ ଖାଦ୍ୟ ସୁରକ୍ଷା ବିଭାଗର ନିରୀକ୍ଷଣ ଓ କାର୍ଯ୍ୟପଦ୍ଧତିକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା। ଏହି ପରିପ୍ରେକ୍ଷୀରେ କଟକ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ବଦଳିକୁ ନେଇ ଚର୍ଚ୍ଚା ଜୋର ଧରିଛି।

Post Views22 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!