ପ୍ରବଳ ବର୍ଷା ନେଇ ଓଡ଼ିଶାକୁ ରେଡ୍ ଆଲର୍ଟ ଜାରି

ପ୍ରବଳ ବର୍ଷା ନେଇ ଓଡ଼ିଶାକୁ ରେଡ୍ ଆଲର୍ଟ ଜାରି। ପ୍ରବଳ ବର୍ଷା ସହିତ ଓଡିଶାକୁ ସତର୍କ କରାଇଲା ପାଣିପାଗ ବିଭାଗ। ପୂର୍ବ ଓ ପଶ୍ଚିମ ଭାଗରେ ସକ୍ରିୟ ଦୁଇଟି ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ମୟୁରଭଞ୍ଜ ଓ କେନ୍ଦୁଝର ପାଇଁ ରେଡ ଆଲର୍ଟ ଜାରି ହୋଇଛି। ପଶ୍ଚିମ ଓଡ଼ିଶାରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ସୁନ୍ଦରଗଡ଼, ଦେଓଗଡ଼, ଅନୁଗୁଳ,ସମ୍ବଲପୁର,ଝାରସୁଗୁଡାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ବିଭାଗ । ୨୪ ଘଣ୍ଟା ଭିତରେ ଅଧିକାଂଶ ଜାଗାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି।

 

ଅଧିକ ସ୍ଥାନରେ ହାଲୁକା ବର୍ଷା ସହ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆଗାମୀ ୪ ରୁ ୫ ଦିନ ବର୍ଷା ଲାଗି ରହିବ। ଲଘୁଚାପ ପ୍ରଭାବରେ ଉତ୍ତର ଓଡିଶାରେ ବର୍ଷା ରହିବ। ବିଜୁଳି ଘଡଘଡି ସହ ଝଟକା ପବନ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ରହିବା ସମ୍ଭାବନା ରହିଛି।ମସ୍ତ୍ୟଜୀବୀମାନକୁ ୪୮ ଘଣ୍ଟା ପାଇଁ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ । ତେବେ ଗଭୀର ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦେଇଛି ବିଭାଗ ।

Post Views45 Total Count

Apply Now


This will close in 0 seconds

error: Content is protected !!