ପୁଣି ଚର୍ଚ୍ଚାରେ ନବ ଦାସ ହତ୍ୟା ମାମଲା

ଓଡ଼ିଶାର ପୂର୍ବତନ ମନ୍ତ୍ରୀ ନବ ଦାସଙ୍କର ପ୍ରାୟ ୨ ବର୍ଷ ତଳେ ଜଣେ ପୋଲିସ୍ ଏଏସ୍‌ଆଇ ଗୋପାଳ ଦାସଙ୍କ ଗୁଳିରେ ହତ୍ୟା ଘଟଣା ସାରା ରାଜ୍ୟରେ ପ୍ରବଳ ଆଲୋଡ଼ନ ସୃଷ୍ଟି କରିଥିଲା। ସାଧାରଣରେ ଏହି ଘଟଣାର ଆଲୋଚନା ଓ ସମାଲୋଚନା ଏପରି ହୋଇଥିଲା ଯେ, ତତ୍କାଳୀନ ରାଜ୍ୟ ସରକାର ମାମଲାର ତଦନ୍ତ ସ୍ୱତନ୍ତ୍ର ଭାବରେ କ୍ରାଇମ ବ୍ରାଂଚଙ୍କୁ ପ୍ରଦାନ କରିଥିଲେ।

ଏହି ତଦନ୍ତକାରୀ ଟିମ୍‌ର ମୁଖ୍ୟ ଭାବରେ ସେତେବେଳର କ୍ରାଇମ୍‌ ବ୍ରାଂଚ ଅତିରିକ୍ତ ପୋଲିସ୍ ନିର୍ଦ୍ଦେଶକ ଅରୁଣ ବୋଥ୍ରାଙ୍କୁ ଦାୟିତ୍ୱ ଦିଆଯାଇଥିଲା। କାରଣ ଶ୍ରୀ ବୋଥ୍ରାଙ୍କର ଅପରାଧ ତଦନ୍ତରେ କିଛି ସୁନାମ ଥିଲା, ବିଶେଷ ଭାବରେ ବଲାଙ୍ଗୀର ପାର୍ସଲ ବୋମା ଘଟଣାରେ ସେ ଯେଉଁ ତଦନ୍ତ କରିଥିଲେ ସେଥିରେ ତାଙ୍କର କିଛି ସୁଖ୍ୟାତି ହୋଇଥିଲା। ତା’ ଛଡ଼ା ଶ୍ରୀ ବୋଥ୍ରା ପୂର୍ବରୁ ସିବିଆଇରେ ମଧ୍ୟ ଅନେକ ବର୍ଷ କାମ କରିଥିଲେ। ଓଡ଼ିଶାରେ କେତେକ ବିବାଦୀୟ ହତ୍ୟାକାଣ୍ଡରେ ତାଙ୍କ ତଦନ୍ତ ସରକାରଙ୍କୁ ସୁହାଇବା ଢଙ୍ଗରେ ହୋଇଥିବା ବିରୋଧୀମାନେ ଅଭିଯୋଗ କରିଥିଲେ ମଧ୍ୟ ପ୍ରତ୍ୟେକ ତଦନ୍ତ ଘଟଣାରେ ଅଦାଲତମାନେ ତାଙ୍କ ତଦନ୍ତକୁ ପ୍ରଶ୍ନ କରିନଥିଲେ।

Post Views42 Total Count

Apply Now


This will close in 0 seconds

error: Content is protected !!