କୋଲକାତା ଆରଜି କର ମେଡିକାଲରେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ମୁଖ୍ୟ ଦୋଷୀ ସଞ୍ଜୟ ରାୟକୁ ମିଳିଲା ଆଜୀବନ ସଜା । ଏହାସହ ତା’ଉପରେ ୫୦ ହଜାର ଟଙ୍କା ଜରିମାନା ଲାଗିଛି।
ଅନ୍ୟପଟେ ମୃତ ଅଭୟାଙ୍କ ପରିବାରକୁ ୧୭ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି କିନ୍ତୁ ଏହି କ୍ଷତିପୂରଣ ନେବାକୁ ମନା କରିଛନ୍ତି ଅଭୟାଙ୍କ ପରିବାର ଲୋକ ।
ଏହି ଦଣ୍ଡ ଘୋଷଣା ସହ ୧୬୭ ଦିନ ପରେ ଡାକ୍ତରୀ ଛାତ୍ରୀ ଅଭୟାଙ୍କୁ ମିଳିଛି ନ୍ୟାୟ । ମୃତ୍ୟୁ ଯାଏଁ ଜେଲରେ ରହିବ ସଞ୍ଜୟ । ଏଭଳି କଠୋର ନ୍ୟାୟ ଶୁଣାଇଛନ୍ତି ସିଆଲଦା ସେସନ୍ସ କୋର୍ଟ

