କିଏ ଚାହୁଁଛି ମେଣ୍ଟ ?

କିଏ ଚାହୁଁଛି ମେଣ୍ଟ ? ବିଜେପି ନା ବିଜେଡି ? କେତେବେଳେ ବିଜେଡି କହୁଛି, ରାଜ୍ୟର ସ୍ୱାର୍ଥ ପାଇଁ ଆଗାମୀ ଦିନରେ ଯାହା ନିଷ୍ପତ୍ତି ନେବାକୁ ପଡ଼ିବ ଆମେ ନେବାକୁ ପ୍ରସ୍ତୁତ । ଅପରପକ୍ଷେ ଗତକାଲି ଦିଲ୍ଲୀରୁ ଫେରି ମେଣ୍ଟ ଚର୍ଚ୍ଚାକୁ ଖଣ୍ଡନ କରିବା ସହ ଦିଲ୍ଲୀରେ ମେଣ୍ଟକୁ ନେଇ କୌଣସି ଚର୍ଚ୍ଚା କିମ୍ବା ଆଲୋଚନା ହୋଇ ନାହିଁ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।
ପୁଣି ଭଦ୍ରକ ଗସ୍ତବେଳେ ଏହି ମନ୍ତବ୍ୟକୁ ଦୋହରାଇବା ସହ କହିଛନ୍ତି, ରାଜ୍ୟରେ କିଏ ମେଣ୍ଟ ସଂପର୍କରେ ପ୍ରଚାର କରୁଛି ? ତା’ର ମୂଳକୁ ଧରିବାକୁ ପଡ଼ିବ। ଏହି ଚର୍ଚ୍ଚା ଯିଏ ଆରମ୍ଭ କରିଛି ସିଏ ହିଁ ତା’ର ଉତ୍ତର ଦେଇପାରିବ ବୋଲି ସାମ୍ବାଦିକଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ଆସନ୍ତା ନିର୍ବାଚନରେ ଓଡ଼ିଶାରେ ପଦ୍ମ ଫୁଲର ଲହର ଖେଳିବ ବୋଲି ସେ କହିଛନ୍ତି।
ଗତକାଲି ଦିଲ୍ଲୀରୁ ଫେରିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ସହ ମେଣ୍ଟ ପ୍ରସଙ୍ଗରେ ବହୁତ ମନଗଢ଼ା କାହାଣୀ ଚାଲିଛି ବୋଲି କହିଥିଲେ ମନମୋହନ। ମେଣ୍ଟକୁ ମନମୋହନ ନିଜେ ବିରୋଧ କରୁଛନ୍ତି କି ବୋଲି ସାମ୍ବାଦିକମାନେ ପ୍ରଶ୍ନ କରିବାରୁ ସେ କହିଛନ୍ତି, ମେଣ୍ଟ ନେଇ ତ ଆଦୌ ଆଲୋଚନା ହୋଇନି, ତେଣୁ ବିରୋଧ କରିବାର ପ୍ରଶ୍ନ ହିଁ ଉଠୁନି।

ଏପରିକି କିଛିଦିନ ଭିତରେ ନିଜେ ଅମିତ ଶାହା ଭୁବନେଶ୍ବର ଆସିବେ ଏବଂ ଗୋଟିଏ ମଞ୍ଚରେ ବିଜେପି, ବିଜେଡି ଏକାଠି ଥାଇ ମେଣ୍ଟର ବିଧିବଦ୍ଧ ଘୋଷଣା ହୋଇପାରେ। ଏହାକୁ ମଧ୍ୟ ଗତକାଲି ଖଣ୍ଡନ କରିଛନ୍ତି ମନମୋହନ ସାମଲ।ଅନ୍ୟପଟେ ମେଣ୍ଟ ହେଉ କି ନହେଉ, ବିଜେଡି ୧୧୦ରୁ ଅଧିକ ସିଟରେ ଜିତିବ। ମେଣ୍ଟ ବାବଦରେ ଆମେ ବି ଶୁଣୁଛୁ । କିନ୍ତୁ ଚୂଡ଼ାନ୍ତ ନିଷ୍ପତି ନେବେ ମୁଖ୍ୟମନ୍ତ୍ରୀ। ଆମେ ସେ ନିଷ୍ପତିକୁ ମାନିବୁ ବୋଲି କହିଛନ୍ତି ବିଜେଡି ବିଧାୟକ ନୃସିଂହ ଚରଣ ସାହୁ। କହିଛନ୍ତି, ଓଡ଼ିଶାର ଲାଭ ହେବା ପାଇଁ ତ ମେଣ୍ଟ କରାଯାଉଛି। ଓଡ଼ିଶାର ସ୍ୱାର୍ଥ ପାଇଁ BJD ରାଜି ହୋଇଛି। ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ଚାଲିଛି। ମେଣ୍ଟ ଦ୍ୱାରା କିଛି ଲୋକଙ୍କ ଟିକେଟ କଟିବ କିନ୍ତୁ କେହି ବିଦ୍ରୋହୀ ହେବେନି ବୋଲି କହିଛନ୍ତି ବିଜେଡି ବିଧାୟକ ନୃସିଂହ ଚରଣ ସାହୁ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!