ମହେଶ ପୂର୍ବତଟ ରେଳପଥର ନୂତନ ଅତିରିକ୍ତ ମହାପ୍ରବନ୍ଧକ

ଭାରତୀୟ ରେଳର ପ୍ରମୁଖ ଜୋନ୍ ତଥା ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଭାବେ ମହେଶ କୁମାର ବେହେରା ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଭାରତୀୟ ରେଳ ଇଞ୍ଜିନିୟର୍ସ ସେବାର ବରିଷ୍ଠ ଅଧିକାରୀ ମହେଶ ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।

ଏହାପୂର୍ବରୁ ସେ ପୂର୍ବତଟ ରେଳପଥର ମୁଖ୍ୟ ଯୋଜନା ଏବଂ ଡିଜାଇନ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ। ବେହେରା ୟୁନିଭର୍ସିଟି କଲେଜ ଅଫ୍ ଇଞ୍ଜିନିୟରିଂ ବୁର୍ଲା (ସମ୍ବଲପୁର)ରୁ ସିଭିଲ ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ଶେଷ କରିବା ପରେ ଆଇଆଇଟି ମାଡ୍ରାସରୁ ସାମୁଦ୍ରିକ ଇଞ୍ଜିନିୟରିଂରେ ସ୍ନାତକତ୍ତୋର ଡିଗ୍ରୀ ହାସଲକରି ୧୯୯୧ରେ ଭାରତୀୟ ରେଳରେ ଯୋଗଦେଇଥିଲେ।

ଏପରିକି ବେହେରା ପୂର୍ବତଟ ରେଳପଥର ଚିଫ୍ ବ୍ରିଜ୍ ଇଞ୍ଜିନିୟର, ଚିଫ୍ ଇଞ୍ଜିନିୟର (ବ୍ରିଜ୍ ପୁନର୍ବାସ), ଭୁବନେଶ୍ୱର ସ୍ଥିତ ରାଇଟ୍ସର ଗ୍ରୁପ୍ ଜେନେରାଲ ମ୍ୟାନେଜର ପାଟନା ଏବଂ ମୁଙ୍ଗେରର ପୂର୍ବ କେନ୍ଦ୍ରୀୟ ରେଳ ଅଧୀନରେ ଥିବା ଗଙ୍ଗା ବ୍ରିଜ୍ର ମୁଖ୍ୟ ଇଞ୍ଜିନିୟର (ନିର୍ମାଣ) ସହିତ ସମ୍ବଲପୁରଠାରେ ସିନିୟର ଡିଭିଜନାଲ ଇଞ୍ଜିନିୟର (କୋ-ଅର୍ଡିନେଶନ) ପୂର୍ବତଟ ରେଳପଥ ମୁଖ୍ୟାଳୟଠାରେ ଉପମୁଖ୍ୟ ଭିଜିଲାନ୍ସ ଅଧିକାରୀ ଏବଂ ଉତ୍ତର ସୀମାନ୍ତ ରେଳପଥର ମୁଖ୍ୟ ଇଞ୍ଜିନିୟର (ନିର୍ମାଣ) ଭାବେ କାର୍ଯ୍ୟ କରିଛନ୍ତି।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!