ଜାଣନ୍ତୁ କିଏ ପାଇଲା କେଉଁଠୁ ଟିକେଟ୍

ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ। ଉଚ୍ଚସ୍ତରୀୟ ବୈଠକ ଓ ଇଣ୍ଡିଆ ମେଣ୍ଟରେ ଥିବା ସଦସ୍ୟଙ୍କ ସହ ଆଲୋଚନା କରିବା ପରେ କଂଗ୍ରେସ ୩୯ ଜଣ ପ୍ରାର୍ଥୀଙ୍କ ନାଁ ସାର୍ବଜନୀନ କରିଛି। ୮ ରାଜ୍ୟ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ୮ ରାଜ୍ୟ ମଧ୍ୟରେ ଛତିଶଗଡ଼, କର୍ଣ୍ଣାଟକ, କେରଳ, ମେଘାଳୟ, ନାଗାଲାଣ୍ଡ, ତେଲେଙ୍ଗାନା, ସିକ୍କିମ ଓ ତ୍ରିପୁରା ରହିଛି । ଏଥିରେ ରାହୁଲ ଗାନ୍ଧୀଙ୍କ ନାଁ ରହିଛି । କେରଳର ଓ୍ବାଏନାଡରୁ ରାହୁଲଙ୍କ ନାଁ ଘୋଷଣା କରିଛି କଂଗ୍ରେସ ।

ଦଳରେ ଘୋଷଣା ଅନୁସାରେ କଂଗ୍ରେସ ନେତା ରାହୁଲ ଗାନ୍ଧି କେରଳ ୱାୟନାଡରୁ ପ୍ରାର୍ଥୀ ହେବେ। ୨୦୧୯ରେ ସେ ଉତ୍ତର ପ୍ରଦେଶର ଆମେଠି ଓ କେଳରର ୱାୟନାଡରୁ ପ୍ରାର୍ଥୀ ହୋଇଥିଲେ। ୱାୟନାଡରୁ ସେ ଜିତି ଥିବା ବେଳେ ଆମେଠିରୁ ତାଙ୍କୁ ହାରିବାକୁ ପଡ଼ିଥିଲା।ପ୍ରଥମ ପର୍ଯ୍ୟାୟରେ କେରଳରୁ ସର୍ବାଧିକ ୧୫ ଜଣଙ୍କ ନାଁ ଘୋଷଣା ହୋଇଥିବା ବେଳେ କର୍ଣ୍ଣାଟକରୁ ୮, ଛତିଶଗଡ଼ରୁ ୬, ତେଲେଙ୍ଗାନାରୁ ୫, ମେଘାଳୟ ୨, ସିକ୍କିମ, ନାଗାଲାଣ୍ଡ ଓ ତ୍ରିପୁରାରୁ ଜଣେ ଲେଖାଏଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି ।
ତାଲିକାରେ କଂଗ୍ରେସର ବହୁ ହେବିଓ୍ବେଟ ନେତାଙ୍କ ନାଁ ରହିଛି । ଓ୍ବାଏନାଡରୁ ରାହୁଲଙ୍କ ନାଁ ଘୋଷଣା ହୋଇଥିବା ବେଳେ ଶଶୀ ଥରୁରଙ୍କୁ ଥିରୁବନନ୍ତପୁରମର ପ୍ରାର୍ଥୀ କରାଯାଇଛି । ସେହିପରି ରାଜନନ୍ଦଗାଁରୁ ଭୂପେଶ ବଘେଲ, ବେଙ୍ଗାଲୁରୁ ରୁରାଲରୁ ଡି.କେ. ସୁରେଶ, ମହାସମୁଦରୁ ତାମ୍ରଧ୍ବଜ ସାହୁ, ହାସନରୁ ଶ୍ରେୟାସ ପଟାଲ, ପଟାନମିଥରୁ ଆଣ୍ଟୋ ଆଣ୍ଟୋନୀ, ସିକ୍କିମରୁ ଗୋପାଳ ଛେତ୍ରୀ ଏବଂ କୋଝିକୋଡରୁ ଏମ.କେ. ରାଘବନଙ୍କ ନାଁ ଘୋଷଣା କରାଯାଇଛି ।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!