ୟୁପିଏସସି ଅଧ୍ୟକ୍ଷ ମନୋଜ ସୋନି ଦେଲେ ଇସ୍ତଫା । ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଇସ୍ତଫା ଦେଇଛନ୍ତି । ମନୋଜ ସୋନୀଙ୍କ କାର୍ଯ୍ୟକାଳ ୨୦୨୯ରେ ସରିଥାନ୍ତା । କିନ୍ତୁ କାର୍ଯ୍ୟକାଳ ସରିବାର ୫ ବର୍ଷ ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି ।
ଗତ ୨୦୧୭ରେ ସେ ଲୋକସେବା ଆୟୋଗର ସଦସ୍ୟ ରୂପେ ସାମିଲ ହୋଇଥିଲେ । ଏହା ପରେ ଗତ ମେ ୧୬, ୨୦୨୩ରେ ସେ ଅଧ୍ୟକ୍ଷ ଭାବେ ଶପଥ ନେଇଥିଲେ । ଟ୍ରେନି ଆଇଏଏସ ଅଧିକାରୀ ପୂଜା ଖେଡକରଙ୍କ ବିବାଦ ବେଳେ ମନୋଜ ସୋନୀଙ୍କ ଇସ୍ତଫା ୟୁପିଏସସିକୁ ଆହୁରି ବିବାଦୀୟ କରିଛି ।

