ନିଟ୍ ପେପର ଲିକ୍ ମାମଲାରେ ତେଜୁଛି ରାଜନୀତି

ଆକ୍ସନ୍ ମୋଡରେ ଜାତୀୟ ତଦନ୍ତକାରୀ ସଂସ୍ଥା ନିଟ୍ ପେପର ଲିକ୍ ମାମଲା ସିବିଆଇକୁ କରାଯାଇଛି ହସ୍ତାନ୍ତର । ଏହି ମାମଲାରେ ଏକ ବଡ଼ ଧରଣର ଖୁଲାସା ହେବ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା । ସୋମବାର ସକାଳୁ ସକାଳୁ ଇଓୟୁ ଅଫିସରେ ପହଞ୍ଚି ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଯାଞ୍ଚର ତଥ୍ୟ ସଂଗ୍ରହ କରିଥିବାର ଜଣାଯାଇଛି । ସେହିପରି ବର୍ତ୍ତମାନ ସୁଦ୍ଧା ୬ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ଇଓୟୁ ।

ଅନ୍ୟପଟେ ଏନେଇ ସରଗରମ ହୋଇଛି ରାଜନୀତି । ଏହି ମାମଲାରେ କେନ୍ଦ୍ରକୁ ଘେରିଛନ୍ତି ବିରୋଧୀ । ନିଟ୍ ପରିକ୍ଷା ଫଳ ପ୍ରକାଶ ପାଇବା ପରଠାରୁ ହିଁ ଲାଗି ରହିଛି ବିବାଦ। ୬୭ଜଣ ପରୀକ୍ଷାର୍ଥୀ ୭୨୦ରୁ ୭୨୦ ମାର୍କ ରଖିଥିବାରୁ ବିବାଦ ଆରମ୍ଭ ହୋଇଥିଲା। ଭୁଲ ପ୍ରଶ୍ନ ପତ୍ର ଓ ବିଳମ୍ୱରେ ପ୍ରଶ୍ନ ପତ୍ର ପାଇଁ ମଧ୍ୟ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି କିଛି ପିଲାଙ୍କୁ ଗ୍ରେସ ମାର୍କ ଦେଇଥିଲା। ବହୁ ସଂଖ୍ୟକ ପିଲା ରାଙ୍କ ୧ରେ ରହିବା ଏବଂ ଶତ ପ୍ରତିଶତ ମାର୍କ ରଖିବାରୁ ପରୀକ୍ଷାରେ ଅନିୟମିତତା ଅଭିଯୋଗ ହୋଇଛି ।

Post Views36 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!