ଭାରତୀୟ ଛାତ୍ରଙ୍କ ମୃତଦେହ ହ୍ବାଇଟ୍ ରିଭର୍ ନିକଟରେ ଡ୍ୟାମ୍‌ରୁ ଉଦ୍ଧାର

ରୁଷ୍‌ରେ ଡାକ୍ତରୀ ଶିକ୍ଷା ପାଇଁ ଯାଇଥିବା ଜଣେ ଭାରତୀୟ ଛାତ୍ରଙ୍କ ମୃତଦେହ ହ୍ବାଇଟ୍ ରିଭର୍ ନିକଟରେ ଏକ ଡ୍ୟାମ୍‌ରୁ ଉଦ୍ଧାର କରାଯାଇଛି। ସେ ଗତ ୧୯ ଦିନ ହେଲା ନିଖୋଜ ଥିଲେ। ନିଖୋଜ ଛାତ୍ର ୨୨ ବର୍ଷୀୟ ଅଜିତ ସିଂହ ଚୌଧୁରୀ ବୋଲି ଜଣାପଡ଼ିଛନ୍ତି।

ରାଜସ୍ଥାନର ଅଲୱାରର ଅଜିତ ୨୦୨୩ରେ ବସକିର୍‌ ଷ୍ଟେଟ୍ ମେଡିକାଲ ବିଶ୍ବବିଦ୍ୟାଳୟରେ ଏମ୍‌ବିବିଏସ୍‌ କୋର୍ସ ପାଇଁ ନାମ‌ ଲେଖାଇଥିଲେ।ଅଜିତ ନଭେମ୍ବରରେ ଭାରତ ଫେରିବାର ଥିଲା। କିନ୍ତୁ ଅକ୍ଟୋବର ୧୯ ସକାଳେ ବଜାରକୁ କି ଯାଇଥିବା ବେଳେ ହଷ୍ଟେଲକୁ ଆଉ ଫେରି ନ ଥିଲେ ଏବଂ ନିଖୋଜ ହୋଇଯାଇଥିଲେ। ତାଙ୍କ ମୋବାଇଲ ଫୋନ ବନ୍ଦ ରହିଥିଲା। ନିଖୋଜ ହେବାର ଘଣ୍ଟାକ ପୂର୍ବରୁ ସେ ପରିବାର ଲୋକଙ୍କ ସହିତ କଥା ହୋଇଥିଲେ।

ଗତ ୨୦ ତାରିଖରେ ରୁଷ୍‌ ପୁଲିସ ପରିବାର ଲୋକଙ୍କ ସହ ଯୋଗାଯୋଗ କରିଥିଲେ। କିନ୍ତୁ ସେତେବେଳେ ସ୍ଥିତି ସ୍ପଷ୍ଟ କରାଯାଇ ନ ଥିଲା। ପରେ ନଦୀ ନିକଟରୁ ତାଙ୍କ ଜ୍ୟାକେଟ, ଜୋତା ଓ ମୋବାଇଲ ଫୋନ୍ ମିଳିଥିଲା। ସେ ନଦୀକୁ ଡେଇଁ ପଡ଼ିଥିବା ଅନୁମାନ କରାଯାଉଥିଲା। ପରିବାର ଲୋକ ଓ ଗ୍ରାମବାସୀ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ଯୋଗାଯୋଗ କରିଥିଲେ। ସେମାନେ ଅଲୱର ଜିଲ୍ଲାପାଳଙ୍କୁ ମଧ୍ୟ ବିଦେଶ ମନ୍ତ୍ରାଳୟ ସହିତ ଯୋଗାଯୋଗ କରିବାକୁ କହିଥିଲେ। ଅଜିତଙ୍କ ମୃତଦେହ ଫେରାଇ ଆଣିବାକୁ ଅଖିଳ ଭାରତୀୟ ମେଡିକାଲ ଷ୍ଟୁଡେଣ୍ଟସ୍‌ ଆସୋସିଏସନ ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କୁ ଚିଠି ଲେଖିଛନ୍ତି

Post Views26 Total Count

Apply Now


This will close in 0 seconds

error: Content is protected !!