ସରକାରୀ କର୍ମଚାରୀଙ୍କ ଲାଗି ଅଷ୍ଟମ ବେତନ ଆୟୋଗଙ୍କ ନୂଆ ସୁପାରିଶ

କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ଲାଗି ଏକ ଖୁସିଖବର ଆସୁଛି। ଅର୍ଥମନ୍ତ୍ରାଳୟ ଅଷ୍ଟମ ପେ କମିଶନ (ସିପିସି) ଲାଗି ଟର୍ମ ଅଫ ରେଫରେନ୍ସ (ଟିଓଆର) ଜାରି କରି ଦେଇଛି।

ଏଥର ସିପିସିଙ୍କ ଧ୍ୟାନ କେବଳ ବେତନ ବୃଦ୍ଧି ଉପରେ ନୁହେଁ ବରଂ ସରକାରୀ ଚାକିରୀକୁ ଅଧିକ ଆକର୍ଷକ ଓ ପ୍ରତିଦ୍ୱନ୍ଦ୍ୱୀତା ମୂଳକ କରିବା ଉପରେ କେନ୍ଦ୍ରିତ କରାଯାଇଛି। ଏହି ଆକଳନ କରାଯାଉଛି ଯେ ନୂଆ ବେତନ ଢାଞ୍ଚା ପ୍ରାଇଭେଟ ସେକ୍ଟର ବେତନ ଢାଞ୍ଚା ସହ ସମାନ ହୋଇ ପାରେ।

ସରକାରଙ୍କ ଉଦ୍ଦେଶ୍ୟ ଏବେ ସରକାରୀ ଚାକିରୀ କେବଳ ‘ସୁରକ୍ଷିତ’ ନ ହୋଇ ଏକ ଉଲ୍ଲେଖନୀୟ କ୍ୟାରିୟର ଓ ଉଚ୍ଚ ବେତନର ମାଧ୍ୟମ ହେଉ। ଯଦି ଆୟୋଗଙ୍କ ସୁପାରିଶ ଲାଗୁ ହୁଏ ତେବେ ଆଗାମୀ ବର୍ଷ ମାନଙ୍କରେ ସରକାରୀ କର୍ମଚାରୀଙ୍କ ବେତନ ପ୍ରାଇଭେଟ ସେକ୍ଟର ସ୍ତର ପର୍ଯ୍ୟନ୍ତ ପହଞ୍ଚି ପାରେ।

ଅଷ୍ଟମ ବେତନ ଆୟୋଗକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି ଯେ ଏପରି ବେତନ ଢାଞ୍ଚା ତିଆରି କରନ୍ତୁ ଯେପରି ପ୍ରତିଭାଶାଳୀ ଓ କୁଶଳ ଲୋକେ ସରକାରୀ ଚାକିରୀ ପ୍ରତି ଆକର୍ଷିତ ହୁଅନ୍ତି। ଏହାର ଅର୍ଥ ସରକାରୀ ଚାକିରୀ ଏବେ କେବଳ ସ୍ଥାୟୀ ଚାକିରୀର ବିକଳ୍ପ ନୁହେଁ ବରଂ ଏହା କ୍ୟାରିୟରରେ ଉନ୍ନତି ଓ ଉଚ୍ଚ ବେତନର ଅବସର ମଧ୍ୟ ପ୍ରଦାନ କରିବ।

Post Views7 Total Count

Apply Now


This will close in 0 seconds

error: Content is protected !!