ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାହୁଲ ଓ ଖଡ୍‌ଗେଙ୍କ ଚିଠି

କଂଗ୍ରେସ ନେତା ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଅଧ୍ୟକ୍ଷ ତଥା ରାଜ୍ୟସଭା ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖିଛନ୍ତି। ଉଭୟ ନେତା ସେମାନଙ୍କ ପତ୍ରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତୁରନ୍ତ ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଅନୁରୋଧ କରିଛନ୍ତି।

ପହଲଗାମ ଆତଙ୍କବାଦୀ ଆକ୍ରମଣ ଏବଂ ଭାରତୀୟ ସେନାର ‘ଅପରେସନ ସିନ୍ଦୂର’ ପରଠାରୁ କଂଗ୍ରେସ ଦଳ ଏହି ଦାବି କରିଆସୁଛି। ଦିନକ ପୂର୍ବରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ହେବା ପରେ କଂଗ୍ରେସ ପୁଣିଥରେ ତା’ର ଦାବିକୁ ଦୋହରାଇଛି। ଏନେଇ ଆଲୋଚନା ନେଇ ସ୍ଵତନ୍ତ୍ର ଅଧିବେଶନ ଡକାଯାଉ ବୋଲି ଉଭୟ ନେତା ଦାବି କରିଛନ୍ତି।

Post Views10 Total Count

Apply Now


This will close in 0 seconds

error: Content is protected !!