୩୦ ଦିନ ପାଇଁ ମହାପ୍ରଭୁଙ୍କ ସେବା କରିପାରିବେନି ରାମକୃଷ୍ଣ ମହାପାତ୍ର

ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ରାମକୃଷ୍ଣ ମହାପାତ୍ର ନିଲମ୍ବିତ ହୋଇଛନ୍ତି। ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର ଜିଲ୍ଲା ଦୀଘା ଜଗନ୍ନାଥ ମନ୍ଦିର ବିବାଦ ପରେ ଶ୍ରୀମନ୍ଦିର ପ୍ରଶାସକ ଆଜି ରାମକୃଷ୍ଣଙ୍କୁ ନିଲମ୍ବନ କରିଥିବା ଜଣାପଡ଼ିଛି। ଶ୍ରୀମନ୍ଦିର ଗରିମା ଓ ମର୍ଯ୍ୟାଦା କ୍ଷୁର୍ଣ୍ଣ ହୋଇଥିବା ଦର୍ଶାଇ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏଥି ସହିତ ରାମକୃଷ୍ଣଙ୍କୁ ୩୦ ଦିନ ପାଇଁ ମହାପ୍ରଭୁଙ୍କ ସେବା ତଥା ଶ୍ରୀମନ୍ଦିରକୁ ପ୍ରବେଶ ପାଇଁ ବାରଣ କରାଯାଇଛି।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ଦୀଘାରେ ଗତ ଏପ୍ରିଲ ୩୦ ତାରିଖ ଦିନ ନବ ନିର୍ମିତ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ହୋଇଥିଲା। ଏହି ସମାରୋହରେ ଶ୍ରୀମନ୍ଦିରର ବରିଷ୍ଠ ଦଇତାପତି ରାମକୃଷ୍ଣ ଦାସ ମହାପାତ୍ର ଯୋଗ ଦେଇଥିଲେ। ସେଠାରେ ସେ ଗଣମାଧ୍ୟମକୁ କହିଥିଲେ ଯେ ନବକଳେବର ବେଳେ ଯେଉଁ ଦାରୁ ବ୍ରହ୍ମ ପ୍ରତିଷ୍ଠା ହୋଇଥାଏ ସେହି ଦାରୁକୁ ନେଇକି ଆସି ପ୍ରତିଷ୍ଠା କରାଯାଇଛି ବୋଲି କହିଥିବା ଅଭିଯୋଗ ଆସିଥିଲା। ରାମକୃଷ୍ଣ ମହାପାତ୍ରଙ୍କ ଏହି ପ୍ରତିକ୍ରିୟା କୋଟିକୋଟି ଓଡ଼ିଆ ଜଗନ୍ନାଥ ଭକ୍ତଙ୍କ ମନରେ ଆଘାତ ଦେଇଥିଲା। ଏହାକୁ ନେଇ ଭକ୍ତମାନେ ଗଭୀର ଉଦବେଗ ପ୍ରକାଶ କରିଥିଲେ। ପରେ ରାମକୃଷ୍ଣ ଦାସ ମହାପାତ୍ର ଓଡ଼ିଆ ଗଣମାଧ୍ୟମ ଆଗରେ ଏହି ପ୍ରସଙ୍ଗକୁ ଖଣ୍ଡନ କରିଥିଲେ। ସେ ଗଣମାଧ୍ୟମରେ ଏଭଳି ପ୍ରତିକ୍ରିୟା ଦେଇ ନାହାଁନ୍ତି ଏବଂ ବ୍ରହ୍ମ ସ୍ଥାପନା କରି ନାହାଁନ୍ତି ବୋଲି କହିଥିଲେ।

ଶ୍ରୀମନ୍ଦିର କୋଇଲି ବୈକୁଣ୍ଠର ଦାରୁ ଗୃହରେ ‘ଦାରୁ’ ରଖାଯିବାର ବ୍ୟବସ୍ଥା ରହିଛି। ଏହାର ଚାବି କାଠି, ରକ୍ଷଣାବେକ୍ଷଣା ଓ ସେବା ପୂଜା ଦାୟିତ୍ୱ ଦଇତାପତି ନିଯୋଗଙ୍କ ଉପରେ ନ୍ୟସ୍ତ କରାଯାଇଛି। ତେଣୁ ଦଇତାପତି ରାମକୃଷ୍ଣ ଦାସ ମହାପାତ୍ର କିପରି ଏବଂ କାହା ଅନୁମତିରେ ଦାରୁ ନେଇଛନ୍ତି ସେ ନେଇ ଅନେକ ଅସୀମାହିତ ପ୍ରଶ୍ନ ରହିଥିଲା। ଅନ୍ୟପକ୍ଷେ ରାମକୃଷ୍ଣ ଦାସ ମହାପାତ୍ର ନିଜେ କହିଥିବା କଥାକୁ ଖଣ୍ଡନ କରି କହିଥିଲେ ଯେ, ସେ ଦାରୁ ନେଇ ନାହାଁନ୍ତି।

ଦୀଘା ଜଗନ୍ନାଥ ମନ୍ଦିରରେ ‘ଦାରୁ’କୁ ଗତ ସପ୍ତାହରେ ଜୋରଦାର ଚର୍ଚ୍ଚା ହୋଇଥିଲା। ଏହା ପରେ ସରକାର ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିଥିଲେ। ଦାରୁକୁ ଅନ୍ୟକୁ ଦେବା ମାମଲାରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ତଦନ୍ତ ନିର୍ଦ୍ଦେଶରେ ନୋଟିସ୍ ହୋଇଥିଲା। ପୁରୀରେ ମଧ୍ୟ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଉକ୍ତ ବୈଠକରେ ନୀତି ପ୍ରଶାସକ, ଛତିଶା ନିଯୋଗ, ତଢ଼ଉକରଣ ଓ ଦେଉଳକରଣଙ୍କ ଉପସ୍ଥିତ ଥିଲେ।

Post Views3 Total Count

Apply Now


This will close in 0 seconds

error: Content is protected !!